ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଖାତକୁ ଓଲଟିଲା ଅଟୋ ,୧୧ ଛାତ୍ର ମୃତ
ଗୁରୁବାର ପୂର୍ବାହ୍ନରେ କମ୍ପୁଟର କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କୁ ଅଟୋରେ ବସାଇ ନେଇ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ସମୟରେ ହଠାତ ୍ ବିପରୀତ ଦିଗରୁ ଅଟୋ ସାମ୍ନାକୁ ସ୍କୁଟି ଚାଳକ ଆସିଯିବାରୁ ଅଟୋ ଡ୍ରାଇଭର ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଭାରସାମ୍ୟ ହରାଇ ଅଟୋଟି ଖାଇକୁ ଖସିପଡିଥିଲା । ଏହି ଅଟୋରେ ୧୯ ୂଜଣ ଛାତ୍ରଙ୍କୁ ଧରି ଯାତ୍ରା କରୁଥିବା ସମୟରେ ଏକ ଖାତକୁ ଅଟୋଟି ଓଲଟି ପଡିଥିଲା । ଏଭଳି ଏକ ଦୁଖଦ ଘଟଣା ଘଟିଛି ଦକ୍ଷିଣ କାଶ୍ମୀର ସୋପିଆନ ଜିଲ୍ଲା ର ମୁଗଲ ରୋଡ କଡରେ ଥିବା ଗଭୀରେ ଖାଇରେ ଏଭଳି ଅଘଟଣ ଘଟିଛି । ଅଘଟଣ ପରେ ସ୍ଥାନୀୟ ଲୋକ ଓ ପୋଲିସ ତରଫରୁ ଉଦ୍ଧାର କରାଯାଇଥିଲା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୧୧ ଜଣ ମୃତ୍ୟୁ ବରଣ କରିôଥ୍ବା ବେଳେ ସମସ୍ତ ଆହାତ ମାନଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତିକରାଯାଇଛି । ଆହାତ ମାନଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଥିବାରୁ ମୃତକଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି ଅନୁମାନ କରାଯାଉଛି ।