ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ରାଇରଙ୍ଗପୁରରେ ସ୍କୁଟି /ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ଗଢ଼ର ଅଜୟ ପୃଥଳ(୨୮) ନିଜ ସ୍କୁଟିରେ ଘରକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଅନ୍ୟ ଜଣେ ଆରହି ପଲସର ବାଇକରେ ଦୃତଗତିରେ ଆସି ମୁହାଁମୁହିଁ ଧକ୍କା ହୋଇଥିଲା । ଅଜୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ତେବେ ଚିକିତ୍ସ୍ୟଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣାଟି ଆଜି (ସୋମବାର) ରାତି ୮ଟା ପାଖାପାଖି ସମୟରେ ଘଟିଥିଲା ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଯାନକୁ ଜବତ କରି ଏକ ମାମଲା ରୁଜ୍ଜୁ କରିଛି ।