ସ୍କୁଟି ସହ ୪୨ କେ ଜି ଗଞ୍ଜେଇ ଜବତ ୨ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ମଙ୍ଗଳବାର ଏକ ସ୍କୁଟି ରେ ଚାଲାଣ ହେଉଥିବା ୪୨ କେଜି ୯ ଶହ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ପାଟପୁର ଥାନା ଧରମପୁର ଗ୍ରାମ ସାନମଠ ସାହି ବାସିନ୍ଦା ଏସ. ଟୁକୁନା ଦୋରା ଏବଂ ନୂଆ କଂସାମାରି ଗ୍ରାମର ଡି. ସନ୍ତୋଷ ଦୋରା । ଦିଗପହଣ୍ଡି ଥାନା ମାମଲା ନଂ. ୪୫/୨୩ ଅନୁଯାୟୀ ଅଭିଯୁକ୍ତ ଦ୍ୱୟ ଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟ କୁ ଚାଲାଣ କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ପକ୍ଷରୁ ସୂଚନା ପ୍ରକାରେ ୨ ଜଣ ଯୁବକ ଡ଼େଙ୍ଗାଓସ୍ତା ଗ୍ରାମରୁ ରୁ ବ୍ରହ୍ମପୁର ଅଭିମୁଖେ ହୋଣ୍ଡା ଆକ୍ଟିଭା ସ୍କୁଟି ନମ୍ବର( ଓଡି୦୭ଏବି – ୨୦୭୫) ଯୋଗେ ଗଞ୍ଜେଇ ବସ୍ତା ଧରି ଯାଉଥିବା ବେଳେ ପ୍ରାପ୍ତ ସୂଚନା କୁ ଭିତ୍ତି କରି ଦିଗପହଣ୍ଡି ଥାନା ଏସ.ଆଇ ଗୌତମ ସାହୁ ସଦଳବଳେ କୁଶପଡ଼ା ଗ୍ରାମ ବ୍ରିଜ ନିକଟରେ ଗାଡିଟିକୁ ଅଟକାଇ ଯାଞ୍ଚ କଲାବେଳେ ଗୋଟିଏ ବଡ଼ ଅଖାରେ ଗଞ୍ଜେଇ ଥିବା ଜଣାପଡିଥିଲା। ସ୍କୁଟି ସହ ଅଭିଯୁକ୍ତ ଦ୍ୱୟ ଙ୍କ ନିକଟରୁ ୩ ଟି ମୋବାଇଲ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡ଼ିଛି।