ସ୍କୁଲରୁ ଚୋରି ନେଇ ମାମଲା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିବା କାରଣରୁ ଏବେ ଚୋରି ସଂଖ୍ୟା ବଢିବାରେ ଲାଗିଛି । ସୂଚନା ମୁତାବକ ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ବିଭିନ୍ନ ସ୍କୁଲରୁ କରୋନା ମହାମାରୀ ଭିତରେ ଚୋରି ହୋଇଥିବା ପୂର୍ବରୁ ଅଭିଯୋଗ ହୋଇଆସିଛି । ଅନୁରୂପ ଭାବେ ଆଜି ନପଙ୍ଗ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଞ୍ଜନ ସେନାପତି ସ୍କୁଲରେ ଚୋରି ହୋଇଥିବାନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ମଙ୍ଗଳବାର ରାତିରେ କେହି ଦୃବୃତ୍ତ ସ୍କୁଲ ଘରୁ ପାଣି ମୋଟର ସହିତ ଇନଭଟର, ଏଲଇଡି ବଲ ଚୋରି କରିନେଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ୨୬୪/୨୦ରେ ମାମଲା ରୁଜ୍ଜୁ କରିଥିବାବେଳେ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ