ସ୍କୁଲରୁ ୧୫ଖଣ୍ଡ ଶାଗୁଆନ ଗଣ୍ଡି ଜବତ, ମାଫିଆ ଫେରାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରା ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ବିଦ୍ୟାଳୟ ପରିସରରୁ ୧୫ଖଣ୍ଡ ଶାଗୁଆନ ଗଣ୍ଡି ଅନ୍ୟତ୍ର ଚୋରା ଚାଲାଣ ପାଇଁ ରଖାଯାଇଥିବା ଏକ ମହେନ୍ଦ୍ରା ମାକ୍ସ ପିକ୍ ଅପ୍ ଗାଡ଼ି ନମ୍ବର ( ଓଆର୍ ୧୧ସି ୪୦୯୮)କୁ ମୋହନା ବନ ବିଭାଗ ଜବତ କରିଛି। ସୂଚନା ଅନୁଯାୟୀ ୨୪ ତାରିଖ ରାତ୍ର ପ୍ରାୟ ୧ ଘଣ୍ଟ ୪୫ ମିନଟ ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀପ୍ରସାଦ ବିଷୋୟୀଙ୍କ ନିର୍ଦ୍ଦେଶରେ ବନପାଳ ଦେବାଶିଷ ଶତପଥୀ, ଗାର୍ଡ ଗଙ୍ଗାଧର ଭୂୟାଁ ବିନୋଦିନୀ ନାୟକ, ଅନ୍ତର୍ଯ୍ୟାମୀ ବେହେରଦଳାଇ, ହରିହର ବେହେରଦଳାଇ, ସୁବାଷ ମଳିକ ଓ କର୍ମଚାରୀ ମିଳିତ ଭାବେ ଚ଼ଢ଼ାଉ କରି ୧୫ ଖଣ୍ଡ ମୂଲ୍ୟବାନ ଶାଗୁଆନ ଗଣ୍ଡି ସହ ମହେନ୍ଦ୍ରା ଗାଡ଼ିକୁ ଜବତ କରି ବନବିଭାଗ କାର୍ଯ୍ୟାଳୟକୁ ଆଣିଛନ୍ତି। ଘଟଣାସ୍ଥଳରୁ କାଠ ମାଫିଆ ଓ ଡ୍ରାଇଭର ଛୁ ମାରିଥିବା ଜଣାପଡିଛି। ଗାଡି ମାଲିକ ଓ ମାଫିଆ ସଂପର୍କରେ ତଦନ୍ତ ଚାଲୁ ରହିଥିବା ରେଞ୍ଜର ଶ୍ରୀ ବିଷୋୟୀ ସୂଚନା ଦେଇଛନ୍ତି


