ସ୍କୁଲରେ କାଗଜ ସିଗାରେଟ ପିଇଲେ ଛାତ୍ରଛାତ୍ରୀ !

କୁକୁଡାଖଣ୍ଡି, (ଯୁଗାବ୍ଦ ନୁ୍ୟଜ) : ବିଦ୍ୟାଳୟକୁ ଶିକ୍ଷାର ମନ୍ଦିର କୁହାଯାଏ , ଯେଉଁଠି ଆସନ୍ତା କାଲିର ନାଗରିକମାନେ ସୃଷ୍ଟି ହୋଇଥାନ୍ତି । ତେବେ ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ରଛାତ୍ରୀଙ୍କ ବାଟବଣାହେବା ଏକ ଚିନ୍ତାର ବିଷୟ ଅଟେ । ବିଦ୍ୟାଳୟ ମଧ୍ୟରେ ପାଟପଢା ଚାଲିଥିବା ସମୟରେ କିଛି ଛାତ୍ରଛାତ୍ରୀ ମିଶି କାଗଜରେ ସିଗାରେଟ କରି ପିଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।କୁକୁଡାଖଣ୍ଡି ବ୍ଲକ ଦଷିଣପୁର ଗ୍ରାମପଞ୍ଚାୟତକୁ ଲାଗି ଥିବା ଦଷିଣପୁର ଉଚ୍ଚ ବିଦ୍ୟାଳୟର କିଛି ଛାତ୍ରଛତ୍ରୀ ମାନେ ବିଦ୍ୟାଳୟ ଚାଲିଥିବା ସମୟରେ ବିଦ୍ୟାଳୟ ପଛପଟେ କିଛି କାଠ ଗୁଡିକୁ ନିଆଁ ଲଗାଇ ଥିଲେ ,ପରେ କିଛି କାଗଜନେଇ ସେଥିରେ ସିଗାରେଟ କରି ପିଉଥିଲେ ଏଥିରୁ ବାଦ ପଡିନଥିଲେ ଛାତ୍ରୀ । କିଛି ଛାତ୍ରୀମାନେ ମଧ୍ୟ ଛାତ୍ରମାନଙ୍କ ଠାରୁ କାଗଜ ନେଇ ଟାଣୁଥିଲେ। ବିଦ୍ୟାଳୟ ଚାଲୁଥିବା ସମୟରେ ଛାତ୍ରଙ୍କୁ ବାହାରକୁ ଯାଇ ନିଆଁ ଲଗାଇବାକୁ କିଏ ଅନୁମତି ଦେଲା ଏବଂ ସେହି ସମୟରେ କ୍ଲାସରେ କୌଣସି ଶିକ୍ଷକ ଶିକ୍ଷୟତ୍ରୀ କେମିତି ନଥିଲେ ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଖବର ପାଇ କୁକୁଡାଖଣ୍ଡି ବିଇଓ ଏସ.ଗିରିଧର ସଂପୃକ୍ତ ବିଦ୍ୟାଳୟକୁ ଯାଇ ଭିଡିଓ ରେ ଦୃଶ୍ୟମାନ ଛାତ୍ରଛାତ୍ରୀଙ୍କୁ ଡାକି ତାଗିତ କରିଥିଲେ ।ପୁଣି ଏହି ଭୁଲ ଯେପରି ନହୁଏ ସେଦିଗରେ ଯତ୍ନବାନ ହେବାକୁ କହିଥିଲେ , ପିଲାମାନେ ମଜାରେ କାଗଜରେ ଚକ୍ ଗୁଣ୍ଡ ଭତ୍ତି କରି ସିଗାରେଟ ଭଳି ଟାଣୁଥିବା ବିଇଓ କହିଛନ୍ତି । ଅନ୍ୟପଟେ ବିଦ୍ୟାଳୟରେ ଅଧିକାଂଶ କ୍ଲାସ ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ କ୍ଲାସକୁ ଆସୁନାହାନ୍ତି ଏବଂ ସ୍କୁଲ କତ୍ତୃପକ୍ଷଙ୍କ ଖାମଖିଆଲ ନିତି ଯୋଗୁଁ ପିଲାମାନେ ଏପରି କରୁଛନ୍ତି ଏବଂ କତ୍ତୃପଷଙ୍କ ଉପରେ ବିଇଓ କାଯ୍ୟାନୁଷ୍ଟାନ ନେବାକୁ ଅଞ୍ଚଳବାସୀ ଦାବିକରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ