ସ୍କୁଲରେ ତାଲା ପକାଇ ଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ବଡ଼ବ୍ରାମହଁଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି । ବଡ଼ବ୍ରାମହଁଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ଷଷ୍ଠଶ୍ରେଶୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ସବୁଦିନ ପରି ବଡ଼ବ୍ରାମହଁଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପାଠପଢ଼ିବା ପାଇଁ ଆଜି ଦିନ ୧୦ଟା ବେଳେ ଆସି ପହଞ୍ଚିଥିଲେ । ତେବେ ଏହି ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାମ କରୁଥିବା ପ୍ରଶାନ୍ତ ଭୁଜବଳ ଆଜି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଏକାକୀ ପାଇ ଅସଦାଚରଣ କରିବା ଆରମ୍ଭ କରିଥିଲେ । ଏହାପରେ ଛାତ୍ରୀ ଜଣକ ତାଙ୍କ ଅଭିଭାବକଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ ।
ଫଳରେ ଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସ୍କୁଲ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ । ଏଥିସହ ସହକାରୀ ଶିକ୍ଷକ ପ୍ରଶାନ୍ତ ଭୁଜବଳଙ୍କୁ ଏକ ଘରେ ତାଲା ପକାଇ ଦେଇଥିଲେ । କେବଳ ଏତିକି ନୁହେଁ, ସେ ଯେଉଁ କାର୍ ଚଢ଼ି ସ୍କୁଲ ଆସିଥିଲେ ସେହି କାର୍‌କୁ ଓଲଟାଇ ଉତ୍ତ୍ୟକ୍ତ ଗ୍ରାମବାସୀ ଭଙ୍ଗାରୁଜା ମଧ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ