ସ୍କୁଲରେ ପୋଷଳ ବଣ୍ଟନ ମେଳା ଓ ସହଯୋଗ ତାଲିମ ଶିବିର
ବୁଗୁଡା , (ଯୁଗାବ୍ଦ ନ୍ୟୁଜ) ବୁଗୁଡା ବ୍ଲକ, ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଏବଂ ସହଯୋଗ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି । ପୋଷାକ ଓ ଜୋତା ବଣ୍ଟନ ମେଳା ଓ ସହଯୋଗ ତାଲିମ ଶିବିରକୁ ଏବିଇଓ ପୀତାମ୍ବର ବିଷୋୟୀ ଉଦଘାଟନ କରଥିଲେ।ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ଅଧ୍ୟକ୍ଷତାରେ ଅନୁଷ୍ଟିତ ମେଳାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ଓ ସମ୍ମାନିତ ଅତିଥି ଭାବେ ଏସଏମସି ସଭାପତି ପ୍ରଭାତ କୁମାର ଜେନା ଯୋଗ ଦେଇଥିଲେ। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ।ଗଗନ ବିହାରୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିର୍ମଳା ଜେନା,ସାଗର ମଳିକ,ହିମାଂଶୁ ବିଶ୍ୱାଳ,ସୁବାଷ ଦାସ ଓ ଶଶିକାନ୍ତ ପାତ୍ର ସହଯୋଗ କରିଥିଲେ।ସେହିପାଇ ସହଯୋଗ ତାଲିମ ଶିବିରରେ ସୀମାଞ୍ଚଳ ସେଠୀ ଓ ପ୍ରଭାତ କୁମାର ଜେନା ପ୍ରଶିକ୍ଷକ ଭାବେ ଯୋଗଦେଇ ତାଳସାକର, ଚକରାପଲ୍ଲୀ ଓ ବେଲପୁର ସ୍କୁଲ ପରିଚାଳନା କମିଟିର ୪୫ ଜଣ ସଦସ୍ୟ ଓ ସଦ୍ୟସ୍ୟାଙ୍କୁ ତାଲିମ ପ୍ରଦାନ କରିଥିଲେ।