ସ୍କୁଲର ଏନ୍ଓସି ନଥିବା ନେଇ ଅଭିଭାବକମାନେ ସ୍କୁଲ କର୍ତୃପକ୍ଷଙ୍କୁ ଘେରିଲେ

ଛତ୍ରପୁର : ଛତ୍ରପୁର ଏନ୍ଏସିରେ ଥିବା ପବ୍ଲିକ୍ ସ୍କୁଲର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱୀକୃତି ପ୍ରମାଣପତ୍ର ମିଳିନାହିଁ । ଯାହାଫଳରେ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ଛତ୍ରପୁର ବ୍ଲକ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉ ନାହିଁ । ଏହା ଜାଣିବାପରେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ପବ୍ଲିକ୍ ସ୍କୁଲରେ ହୋହାଲ୍ଲା କରିଥିଲେ । ଶହଶହ ପିଲାଙ୍କ ଭବିଷ୍ୟତ ସହ ଏହି ସ୍କୁଲ କର୍ତୃପକ୍ଷ ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଦୀର୍ଘ ସମୟ ଧରି ସ୍କୁଲ ପରିସରରେ ଅଭିଭାବକମାନେ ସ୍କୁଲ କର୍ତୃପକ୍ଷଙ୍କୁ ଘେରାଉ କରିଥିଲେ । ଚଳିତ ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ସୁବିଧା କ୍ଷେତ୍ରରେ କିଛି ପଦକ୍ଷେପ ନେବା ସହିତ ପବ୍ଲିକ୍ ସ୍କୁଲର ସ୍ୱୀକୃତି ପ୍ରମାଣପତ୍ର ନଥିବା ନେଇ ଛାତ୍ରଛାତ୍ରୀଙ୍କ ଯେଉଁ ସମସ୍ୟା ଗୁଡିକ ରହିଛି ତାହା ଲିଖିତ ଭାବେ ପୂର୍ବରୁ ଗତ ୧୫ତାରିଖ ଦିନ ଅଭିଭାବକମାନେ ଗଂଜାମ ଜିଲ୍ଲାପାଳ ଭେଟି ଗୁହାରୀ ଜଣାଇଥିଲେ । ଅନ୍ୟପକ୍ଷରେ ଛତ୍ରପୁର ବ୍ଲକ ଓ ଏନ୍ଏସିରେ ୧୨ ଟି ଘରୋଇ ସ୍କୁଲର ସ୍ୱୀକୃତି ପ୍ରମାଣ ପତ୍ର ମିଳିନଥିବା ଛତ୍ରପୁର ବିଇଓ ଅବିନାଶ ଶତପଥି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ