ସ୍କୁଲର ସୁରକ୍ଷା ଓ ପରିଚାଳନା ପାଇଁ ଅଣ୍ଟା ଭିଡିଲେ ଅଞ୍ଚଳବାସୀ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ବିଦ୍ୟାଧରପୁର ଠାରେ ଥିବା ଭାରତୀୟ ବିଦ୍ୟା ନିକେତନ ଇଂରାଜି ମାଧ୍ୟମ ସ୍କୁଲଟି ପୁର୍ବରୁ ଇମ୍ଫା କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିବାବେଳେ କମ୍ପାନୀ କର୍ତ୍ତୁପକ୍ଷ ସ୍କୁଲଟିର ପରିଚାଳନା କରିବାକୁ ମନା କରିଦେବାରୁ ସ୍କୁଟି ବନ୍ଦ ହୋଇଯିବା ଅବସ୍ଥାକୁ ଚାଲି ଆସିଥିଲା । ଏପରିକି ଏହି ବିଦ୍ୟାଳୟରେ ପଢ଼ୁଥିବା ବାଲିବରେଇ, ବାଙ୍ଗୋର, ପଢ଼ିଆରିପଲ୍ଲୀ, ହଦଗଡ, ସୋସୋ ଆଦି ପଞ୍ଚାୟତର ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବା ଆଶଙ୍କା ପ୍ରକାଶ ପାଇଥିଲା । ଏ ସମୟରେ ସ୍ଥାନୀୟ କିଛି ବୁଦ୍ଧିଜିବୀ ସ୍କୁଲଟି ଚାଲୁ ରଖିବାକୁ ପ୍ରୟାସ ଆରମ୍ଭ କରିଥିଲେ । ଏଥିଲାଗି ଆୟୋଜିତ ସାତଗୋଟି ପଞ୍ଚାୟତର ବୁଦ୍ଧିଜିବୀ, ବରିଷ୍ଠ ନାଗରିକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ସ୍କୁଲ ସୁପରିଚାଳନା ପାଇଁ ନିଷ୍ପତି ନିଆଯିବା ସହିତ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୋମନାଥ ଦାସ, ଉପସଭାପତି ଭାବେ ଅଜୟ କୁମାର ଘଡେଇ, ସମ୍ପାଦକ ଭାବେ ରମାକାନ୍ତ ସାହୁ, ସହ ସମ୍ପାଦକ ଭାବେ ପ୍ରଦୀପ କୁମାର ପେଡା, କୋଷାଧ୍ୟକ୍ଷ ଭାବେ ବସନ୍ତ କୁମାର ରଥଙ୍କୁ ମନୋନୀତ କରା ଯାଇଥିବା ବେଳେ ସରପଞ୍ଚ ଅଙ୍କିତା ପଢ଼ିଆରୀ, ମଦନ ମୋହନ ନନ୍ଦୀ, ଅଜିତ କୁମାର ରାଉତ, ରାଜେନ୍ଦ୍ର କୁମାର ଦାସ, ଦୁର୍ଗା ପ୍ରସାଦ ଆୟଚ, ଜ୍ୟୋତିର୍ମୟୀ ପରିଡା, ସଞ୍ଜିବ କୁମାର ସାହୁ, ମଧୁସୁଦନ ମାରାଣ୍ଡି, ବନମାଳି ଶଙ୍ଖୁଆ, ରଞ୍ଜନ ମହାକୁଡ, ଗୌରାଙ୍ଗ ସାମଲ, ଅବନୀକାନ୍ତ ପ୍ରଧାନ, ଗୌରାଙ୍ଗ ଚରଣ ପଣ୍ଡିତ, ପ୍ରମୋଦ କୁମାର ଜେନା, ମୁକୁନ୍ଦ ମୁରାରୀ ଦାସ ପ୍ରମୁଖଙ୍କୁ ପରିଚାଳନା ସଦସ୍ୟ ଓ ପୁର୍ବତନ ବ୍ଲକ ଅଧ୍ୟକ୍ଷ ପଶୁରାମ ପେଡା, ନରହରି ପାତ୍ର, ବୈଲୋଚନ ନାୟକ, ରବିନ୍ଦ୍ର କୁମାର ନାୟକ, ରବିନ୍ଦ୍ର କୁମାର ଲେଙ୍କା, ଅନ୍ତର୍ଯ୍ୟାମୀ ରାଉତ, ଗୋପାଳ ପଟ୍ଟନାୟକ, ଅଭିମନ୍ୟୁ ନାୟକ, ଅନନ୍ତ ରାଉତ ପ୍ରମୁଖଙ୍କୁ ପରାମର୍ଶଦାତା ଭାବେ କମିଟିରେ ରଖାଯାଇଛି । ଏ ଅଞ୍ଚଳର ଏକମାତ୍ର ଇଂରାଜି ମାଧ୍ୟମ ସ୍କୁଲ ହୋଇଥିବାରୁ ବିଦ୍ୟାଳୟଟି କିପରି ସୁଚାରୁରୁପେ ଚାଲିବ ସେନେଇ ସଦସ୍ୟମାନେ ଉଦ୍ୟମ କରିବେ ବୋଲି ନିଷ୍ପତି ନେଇଥିବା ସଭାପତି ସୋମନାଥ ଦାସ ଜଣାଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ