ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ କେନ୍ଦ୍ରାପଡା ବ୍ଲକ କମିଟି ପକ୍ଷରୁ ଉପଦେଷ୍ଟା ଆଇନଜୀବୀ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦରଦାମ ବୃଦ୍ଧି ଦୁନିଆରେ ମାତ୍ର ୧୪ଶହ ଟଙ୍କା ପାରିଶ୍ରମିକକୁ ତୁରନ୍ତ ବୃଦ୍ଧି କରାଯିବା ସହିତ ସ୍କୁଲ ମିଶ୍ରଣ ପରେ ବାଦ ପଡିଥିବା ପାଚିକାଙ୍କୁ ବିଦା ନକରି ନିଯୁକ୍ତି ପ୍ରଦାନ କରାଯିବା, ମଧ୍ୟାହ୍ନ ଭୋଜନର ମୂଲ୍ୟ ତୁରନ୍ତ ବୃଦ୍ଧି କରାଯିବା, ପ୍ରତିବର୍ଷ ଦୁଇଖଣ୍ଡ ଶାଢୀ ପ୍ରଦାନ କରାଯିବା, ପାଚିକା ଓ ସହାୟିକାମାନେ ନିଆଁ ପାଖରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ପାଇଁ ସର୍ବନିମ୍ନ ବୀମା କରାଯିବା, ସ୍କୁଲରୁ ବାହାର କରାଯାଉଥିବା ପାଚିକାଙ୍କୁ ପେନସନ ପ୍ରଦାନ, ବର୍ଷକୁ ୧୨ମାସର ପ୍ରାପ୍ୟ ପ୍ରଦାନ, ବକେୟା ଥିବା ୨୮ମାସର ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବା ଓ କାମ କରିପାରୁନଥିବା ପାଚିକାଙ୍କୁ କାମରୁ ବାହାର କରାନଯିବା ପ୍ରଭୃତି ଦାବି ଗୁଡିକ ରହିଛି । ସଙ୍ଘ ପକ୍ଷରୁ ମାଳତୀ ବେହେରା, ସବିତା ଦାସ, ରଶ୍ମୀତା ସାହୁ, ଯମୁନା ସାହୁ, ସବିତା ବେହେରା ଓ ରମାକାନ୍ତ ସାହୁ ପ୍ରମୁଖ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ