ସ୍କୁଲ କୁ ବାକି ରେ ଅଣ୍ଡା,ରେସନ ସାମଗ୍ରୀ ଯୋଗାଇ ବ୍ୟବସାୟୀ ନୟାନ୍ତ

ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାଦାନ ସକାଶେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଦିଗହରା ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ସ୍ଥିତ ପୂର୍ବତନ ଜିଲ୍ଲା ବୋର୍ଡ ପ୍ରାଥମିକ ବିଦ୍ୟାଳୟ ରେ । ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ ବୃଦ୍ଧିସକାଶେ ମଧ୍ୟାହ୍ନ ଭୋଜନ ଯୋଗାଣ ବ୍ୟବସ୍ଥା ରହିଛି। ଅଣ୍ଡା ଓ ରେସନ ସାମଗ୍ରୀ ବିଭିନ୍ନ ବ୍ୟବସାୟୀ ମାନେ ଦୀର୍ଘ ଦିନ ହେଲା ଏହି ସ୍କୁଲ କୁ ଯୋଗାଣ କରିଆସୁଛନ୍ତି। ବ୍ୟବସାୟୀ କବିରାଜ ବେହେରା ଦୀର୍ଘ ଦଶ ମାସ ହେଲା ସ୍କୁଲ କୁ ଅଣ୍ଡା ଯୋଗାଣ କରି ୩୭ହଜାର ରୁ ଉର୍ଦ୍ଧ୍ବ ଟଙ୍କା ମିଳିନଥିବା ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ଙ୍କୁ ଅଭିଯୋଗ କରିଛନ୍ତି।ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ,ଈତି ମଧ୍ୟରେ କବିରାଜ ବିଭିନ୍ନ ରୋଗଗ୍ରସ୍ତ ହୋଇ ମେଡିକାଲ ଯିବା ପାଇଁ କୋୖଣସି ଅର୍ଥ ନଥିବା କହିଛନ୍ତି। ବକେୟା ଅର୍ଥ ପ୍ରଦାନ ନ କରାଗଲେ ଆଗାମୀ ଦିନରେ ଅନଶନରେ ବସିବେ ବୋଲି କହିଛନ୍ତି । ଏହି ସ୍କୁଲ ର ପ୍ରଧାନ ଶିକ୍ଷକ ନିରାକାର ନାୟକଙ୍କୁ ଶାସନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଡେପୁଟିସେନ ପଠାଯାଇଛି। ଦୀର୍ଘ ବର୍ଷେ ହେଲା ଚାର୍ଜ ଦିଆଯାଇନଥିବା ଆଜି ଜଣା ପଡ଼ିଛି।ଏହି ସ୍କୁଲ ଅବ୍ୟବସ୍ଥା ଆଜି ପଦାରେ ପଡିଯାଇଛି ।କୈ।ଣସି ଶିକ୍ଷକ ଙ୍କୁ ମଧ୍ୟ ଦାୟିତ୍ଵ ହସ୍ତାନ୍ତର କରାଯାଇନାହିଁ , ଶିକ୍ଷକ ଜଣକ ଏହି ସ୍କୁଲ ରୁ ଦରମା ପାଇଥିବା ବେଳେ ଅନ୍ୟ ସ୍କୁଲ ରେ ଶିକ୍ଷାଦାନ କରୁଛନ୍ତି। ଶିକ୍ଷକ ଙ୍କ ଯୋଗ୍ୟତା ଅନୁସାରେ ଶାସନପଲ୍ଲୀ ସ୍କୁଲ କୁ ଡେପୁଟି ସେନ ପଠାଯିବା କଥା ନୁହେଁ, କିନ୍ତୁ କିଏ କେଉଁ ଉଦେଶ୍ୟ ରେ ଏଭଳି ଡେପୁଟି ସେନ ପଠାଇଛନ୍ତି,ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରେ ୨୪୧ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଗଙ୍ଗାଧର ମେହେର ଯୋଜନା ରେ ପ୍ରତି ପିଲା ଙ୍କ ପାଇଁ ଏକ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ଶିକ୍ଷା ବିଭାଗ ପଠାଇଛନ୍ତି। ଏହି ଅର୍ଥରେ ଦୁଇ ହଳ ଡ୍ରେସ୍,ବୁଟ୍,ହଳେ ଟ୍ରାକ୍ ସୁଟ,ଟୋପି ଇତ୍ୟାଦି ପ୍ରଦାନ କରିବା ବ୍ୟବସ୍ଥା ରହିଛି।ଗତ ଅଗଷ୍ଟ ମାସରେ ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ହଳ ଡ୍ରେସ୍ ନିରାକାର ନାୟକ ପ୍ରଦାନ କରି ଅନ୍ୟ କୈାଣସି କାର୍ଯ୍ୟ କରିନଥିଲେ। ଯାହା ଫଳରେ କି ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ବର୍ତମାନ ଟ୍ରାକସୁଟ, ଟୋପି, ଅଣ୍ଡା,ରେଶନ ଯୋଗାଇଥିବା ବ୍ୟବସାୟୀ ଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିପାରିନାହିଁ। ତୁରନ୍ତ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ସିଆରସିସି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ