ସ୍କୁଲ ଖୋଲାଯିବା ପୁର୍ବରୁ ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : କରୋନା କଟକଣା ଯୋଗୁଁ ଦୀର୍ଘ ୮ମାସ ପରେ ସରକାର ଆଗାମୀ ପୂଜାଛୁଟି ପରେପରେ ସ୍କୁଲ ଖୋଲିବାକୁ ଯୋଜନା କରୁଥିବାବେଳେ ଏହି ସମୟରେ ଶିକ୍ଷା ବିଭାଗର କର୍ତ୍ତୁପକ୍ଷ ଶିକ୍ଷକ ମାନଙ୍କୁ ବଦଳି କରିଦେଇ ଶିକ୍ଷକ ଅଭାବ ସୃଷ୍ଟି କରିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ହାଟଡିହି ବ୍ଲକର ବଞ୍ଚୋ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ସେଠାରେ କୌଣସି ଶିକ୍ଷକ ନିଯୁକ୍ତି ଦେଇ ନଥିବାରୁ ଅଭିଭାବକଙ୍କ ମଧ୍ୟର ଅସନ୍ତୋଷ ପ୍ରକାଶ ପାଇଛି । ଏହି ବିଦ୍ୟାଳୟରେ ୫ଟି ଶ୍ରେଣୀରେ ୧୨୮ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ତିନିଜଣ ଶିକ୍ଷକ ନିଯୁକ୍ତି ଥିଲେ । ତନ୍ମଧ୍ୟରୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ନିଆଯାଇଥିବା ବେଳେ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଫଳରେ କିପରି ନଭେମ୍ବର ପ୍ରଥମ ସପ୍ତାହରେ ସ୍କୁଲ ଖୋଲିଲେ କିପରି ଶିକ୍ଷାଦାନ କରାଯିବ ସେନେଇ ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଛନ୍ତି । ଅଧିକାରୀ ମାନଙ୍କ ଠାରୁ ଶିକ୍ଷକ ନିଯୁକ୍ତି ବିଳମ୍ବ ହେବ ବୋଲି ଜାଣିବାପରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯଦି ସ୍କୁଲ ଖୋଲିବା ଭିତରେ ଶିକ୍ଷକ ନିଯୁକ୍ତି କରାନଯାଏ ତେବେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ