ସ୍କୁଲ ଗେଟ୍ ତାଲା ପକାଇ ଅଭିଭାବକ ,ବିଦ୍ୟାର୍ଥୀଙ୍କ ଧାରଣା
ନୟାଗଡ ,(ଯୁଗାବ୍ଦ ନ୍ୟୁଜ୍) : ବହୁ ଦିନ ଧରି ନୟାଗଡ ଜିଲ୍ଲା ଓଡଗା୍ଁ ବ୍ଲକ ଗୋଲ ଗାଁରେ ଅବସ୍ଥିତ ୟୁଜି .ଏମ୍. ଇ ସ୍କୁଲର ସପ୍ତମ ଶ୍ରେଣୀ ଗୃହ ଓ ଅଫିିସ ଗୃହର କୋଠା ଗୁଡିକ ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିବା ବେଳେ ପ୍ରଶାସନ ତରଫରୁ କୈାଣସି ମରାମତି କାର୍ଯ୍ୟକରାଯାଇନଥିବାରୁ ଏହାକୁ ବିରୋଧ କରି ଅଭିଭାବକ ଓ ବିଦ୍ୟାର୍ଥୀ ମାନେ ସ୍କୁଲ ଗେଟ୍ରେ ତାଲା ପକାଇ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । କାରଣ ଦୀର୍ଘଦିନ ଧରି ବିପଦ ସଂଙ୍କୁଳ ଅବସ୍ଥାରେ ରହି୍ଥିବା ସ୍କୁଲ କୋଠା ଗୁଡିକରୁ ସିମେଣ୍ଟ ଛାଲ ବାହାରି ଲୁହା ଋଡ୍ ଦେଖାଯାଉଥିବା ବେଳେ ଅଧିକାଶଂ ସମୟରେ ଛାତରୁ ସିମେଣ୍ଟ ଖସିପଡୁଥିବାର ଅଭିଯୋଗ ହୋଇଛି । ଏହାକୁ ତୁରନ୍ତ ନିର୍ମାଣ କରିବା ପାଇଁ ଦାବି କରିବା ସହ ଗେଟ୍ରେ ତାଲା ପକାଇ ଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ । ଗ୍ରାମବାସୀ ତରଫରୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି ।