ସ୍କୁଲ ଟ୍ୱିନିଂ ପ୍ରୋଗ୍ରାମ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି ପ୍ରକାରେ ଓ ସିନିୟର୍ ବି.ଇ.ଓ ଏସ୍ ଧନଞ୍ଜୟଙ୍କ ନିର୍ଦ୍ଦେଶ ପ୍ରକାରେ ଭଞ୍ଜନଗର ବ୍ଳକର ବଡକୋଦଣ୍ଡା ସ୍ଥିତ ଜବାହାର ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ମଳାସପଦର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ସ୍କୁଲ ଟ୍ୱିନଂ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ସାନକୋଦଣ୍ଡା କ୍ଳଷ୍ଟରର ବିଂଝଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଗଝୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଗାଇଡ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ସହ ସ୍ବତନ୍ତ୍ର ଗାଡିରେ ଯାଇ ଏହି ଦୁଇ ସ୍ମାଟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଏହି ଦୁଇ ବିଦ୍ୟାଳୟର ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି ଏହି ଅବସରରେ ସ୍ମାଟ ସ୍କୁଲରେ କଣ ସବୁ ସୁବିଧା ସୁଯୋଗ ରହିଛି, ସ୍ମାଟ ସ୍କୁଲରେ କିପରି ପିଲାଙ୍କୁ ଶିକ୍ଷାଦାନ ଦିଆଯାଏ, ଏମ୍.ଡି.ଏମ୍ ର ସୁପରିଚାଳନା କିପରି ହୁଏ, ଏଠାରେ ଉପଲବ୍ଧ ଟୟଲେଟ ଫେସିଲିଟି,ଲାଇବ୍ରେରୀ ରୁମ୍ ର ବ୍ୟବସ୍ଥା ଇତ୍ୟାଦି ବିଷୟରେ ଛାତ୍ର ଛାତ୍ରୀମାନେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ ବଡକୋଦଣ୍ଡା କ୍ଳଷ୍ଟର ସି.ଆର୍.ସି.ସି ମୋହନ ସାହୁ, ସାନକେଦଣ୍ଡା କ୍ଳଷ୍ଟର ସି.ଆର୍.ସି.ସି ସନ୍ତୋଷ କୁମାର ସାହୁ, ଜିଲୁଣ୍ଡି କ୍ଳଷ୍ଟର ସି.ଆର୍.ସି.ସି ରାଘବ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ଏହି ଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିବେ ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ତରଫରୁ ମଧ୍ୟ ସରକାରଙ୍କ ତରଫରୁ ଏପରି କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀଙ୍କୁ ନିଜର ମେଧା ଶକ୍ତିର ପରିଚୟ ପ୍ରଦାନ ସହ ସ୍ମାଟ ସ୍କୁଲରେ ପାଠ ପଢିବାକୁ ଉତ୍ସାହିତ କରାଯାଇଥିବା ହେତୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ଉଭୟ ବିଦ୍ୟାଳୟର ସମସ୍ତ ଷ୍ଟାଫ ଓ ଭ୍ରମଣରେ ଆସିଥିବା ଦୁଇଟି ବିଦ୍ୟାଳୟର ଗାଇଡ ଟିଚରମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ