ସ୍କୁଲ ପଛ ପଟରୁ ସ୍କୁଲ ୱାଚମ୍ୟାନର ମୃତଦେହ ଉଦ୍ଧାର

ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ସଦର ବ୍ଲକ କାଇମାଟି ସ୍କୁଲ ପଛ ପଟରୁ ସ୍କୁଲ ୱାଚମ୍ୟାନଙ୍କର ମୁର୍ତଦେଉଦ୍ଧାର ହୋଇଛି,ହ ଗଛରେ ନିଜ ଗାମୁଛା ବେକରେ ରଶି ଲାଗିଥିବା ଅବସ୍ଥାରେ ମୃତଦେହ ଠାବ ହୋଇଛି । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ମୃତକ ପରିବାର ହତ୍ୟା ଅଭିଯୋଗ ଆଣିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଇମାଟି ହାଇସ୍କୁଲର ଏପରି ଅଭାବନୀୟ ଘଟଣାକୁ ନେଇ ହତ୍ୟା ସନ୍ଦେହ କରାଯାଇଛି । ମୃତ ଯୁବକ ଜଣଙ୍କ କାଇମାଟି ଜୁଆଙ୍ଗ ସାହିର ସନ୍ତୋଷ ପ୍ରଧାନ ବୋଲି ଜଣାପଡିଛି । ସନ୍ତୋଷ କାଇମାଟି ସ୍କୁଲରେ ୱାଚ ମ୍ୟାନ ଭାବେ କାମ କରନ୍ତି । ବୁଧବାର ଠାରୁ ସ୍କୁଲକୁ ଯାଇ ଆଉ ରାତିରେ ଘରକୁ ଫେରିନଥିଲେ । ଆଜି ଅପରାହ୍ନରେ ସ୍କୁଲ ପଛ କାଜୁ ଜଙ୍ଗଲରୁ ସନ୍ତୋଷଙ୍କ ନିଜ ଗାମୁଛା ବେକରେ ଲାଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ