ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଡିଏସଓର ବିରୋଧ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ରାଜ୍ୟ ସରକାର ୨୦୧୮ ମସିହାରେ ୧୪ହଜାର୩୭୯ଟି ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲେ । ଯାହାକୁ ୨୦୨୦-୨୧ଶିକ୍ଷା ବର୍ଷରେ କାର୍ଯ୍ୟକାରୀ କରିଥିବାବେଳେ ଭଦ୍ରକ ଜିଲ୍ଲାରେ ବହୁ ସ୍କୁଲ ବନ୍ଦ ହେବାକୁ ଯାଉଛି । ଅନ୍ୟପଟରେ ରାଜ୍ୟରେ ୧୪ଟି ବିଇଡି କଲେଜ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବାସ୍ତବରେ ଏତେ ସଂଖ୍ୟକ ସରକାରୀ ସ୍କୁଲ ବନ୍ଦ ହେଲେ ସାଧାରଣ ଗରୀବ ଛାତ୍ରଛାତ୍ରୀମାନେ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେବେ ବୋଲି ଅଲ ଇଣ୍ଡିଆ ଡିଏସଓ ସଂଗଠନ ଅଭିଯୋଗ କରିଛନ୍ତି । ଏଣୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଆଜି ସଂଗଠନ ପକ୍ଷରୁ ଏନେଇ ଭଣ୍ଡାରିପୋଖରୀ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଗଠନର ଦାବି ଅନୁସାରେ ଓଡିଶାରେ ୧୪ହଜାର ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଅବିଳମ୍ବେ ପ୍ରତ୍ୟାହାର କରିବା ଓ ରାଜ୍ୟର ସମସ୍ତ ବିଇଡି କଲେଜ ବନ୍ଦ ନିଷ୍ପତ୍ତିକୁ ବାତିଲ କରିବା ପାଇଁ ସରକାରାଙ୍କୁ ଜଣାଯାଇଛି । ଅଲ ଇଣ୍ଡିଆ ଡିଏସଓର ଆଜମଲ ହୋସେନ, ଜିତେନ୍ଦ୍ର କୁମାର ଦାସ, ଦୀପକ କୁମାର ରାଉତ, ରଞ୍ଜନ ଜେନା, ସନ୍ତୋଷ କୁମାର ଜେନା, କ୍ଷମାପ୍ରଭା ଜେନା ପ୍ରମୁଖ ଏନେଇ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏଠାରେ ସୂଚିତ ଭଣ୍ଡାରିପୋଖରୀ ବ୍ଲକରେ ମଧ୍ୟ ୨୮ଗୋଟି ବିଦ୍ୟାଳୟ ବନ୍ଦ ହେବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ