ସ୍କୁଲ ବସ୍ ଧକ୍କାରେ ମହିଳା ଗୁରୁତର
ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ସିରାଜୁଦ୍ଦିନ୍ ଖଣି ବି-ପ୍ଲଟ ତାରିଣୀ ମନ୍ଦିର ରାସ୍ତା ନିକଟରେ ଶନିବାର ଦିନ ଏକ ସ୍କୁଲ ବସ୍ ଜଣେ ମହିଳାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନାନୁଯାୟୀ ଜଣାପଡିଛି ଯେ, ଶନିବାର ଦିନ ଅପରାହ୍ନରେ ଓଏମସି କମ୍ପାନୀର ସ୍କୁଲ ବସ୍ ନଂ (ଓଡି୦୨ଓାଇ ୫୩୬୪) ଟି ଛାତ୍ରୀଛାତ୍ରମାନଙ୍କୁ ନେଇ ବାମେବାରୀ ଆଡୁ ଦୁବୁନା ଅଭିମୁଖେ ଯାଉଥିବା ବେଳେ ଉକ୍ତ ତାରିଣୀ ମନ୍ଦିର ରାସ୍ତା ନିକଟରେ ପଳସା ପନଚାୟତର ଚଡକମରା ଗ୍ରାମର ଗୁରୁବାରୀ ଦିଗି ନାମ୍ନୀ ଜଣେ ମହିଳାଙ୍କୁ ଧକା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଉଚ୍ଚବାଲୀସ୍ଥିତ ଡାକ୍ତରଖାନାରେ ଭର୍ତି କରାଯାଇବା ସୂଚନା ମିଳିଛି ।


