ସ୍କୁଲ ଭିତରେ ଦୁଇ ଛାତ୍ରୀଙ୍କୁ ବଳତ୍କାର ଉଦ୍ୟମ ଅଭିଯୋଗ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଭିତରେ ୍‌ଦୁଇ ଛାତ୍ରୀଙ୍କୁ ବଳତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛିଯେ ଗ୍ରାମର ଦୁଇଜଣ ୬ଷ୍ଠ ଶ୍ରେଣୀର ଛାତ୍ରୀ ସ୍କୁଲକୁ ଯାଇଥିବାବେଳେ ମଧ୍ୟାହ୍ନ ଭୋଜନ ଖାଇବାପରେ ପରେ ଥାଳି ଧୋଇବାକୁ ନିକଟସ୍ଥ ନଳକୂପ ପାଖକୁ ଯାଇଥିଲେ । ସେହି ସମୟରେ ସେହି ଗ୍ରାମର ବ୍ରଜ କିଶୋର ସୁଆର ନାମକ ଜଣେ ବ୍ୟକ୍ତି ଉକ୍ତ ବାଳିକା ଦୁଇଜଣଙ୍କୁ ନିକଟସ୍ଥ ସ୍କୁଲ ପାଇଖାନା ଭିତରକୁ ଡାକି ନେଇଯାଇ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲା । ଜଣେ ଛାତ୍ରୀ ଭୟଭୀତ ହୋଇ ଦଉଡିଯାଇ ତାଙ୍କ ଘରେ ସମସ୍ତ ବିଷୟରେ କହିବାରୁ ପରିବାର ଲୋକେ ତୁରନ୍ତ ସ୍କୁଲକୁ ଆସି ଶିକ୍ଷକ ମାନଙ୍କୁ ଏ ବାବଦରେ ଜଣାଇଥିଲେ । ପରେ ଉଭୟ ଛାତ୍ରୀଙ୍କ ଅଭିଭାବକ ଯାଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ପୁଲିସ ତୁରନ୍ତ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ଏ ବାବଦରେ ବିଦ୍ୟାଳୟର ଶିକ୍ଷକଙ୍କୁ ପଚାରିବାରେ ସେ ଉକ୍ତ ବ୍ୟକ୍ତିର ବାଡିଟି ସ୍କୁଲ ପରିସରକୁ ଲାଗିଛି । ସେ ବାଡିରେ ଥିବାବେଳେ କେତେବେଳେ ଏଭଳି କାଣ୍ଡ ଘଟାଇଛି ତାହା ଆମେ ଜାଣିନୁ । ଛାତ୍ରୀଙ୍କ ପରିବାର ଲୋକେ କହିବା ପରେ ଜାଣିଲୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ