ସ୍କୁଲ ସାମ୍ନାରେ ମୁକୁଳା ଡ୍ରେନ ଦୁର୍ଗନ୍ଧରେ ଅସହ୍ୟ ଛାତ୍ରଛାତ୍ରୀ-ସାଧାରଣ ଜନତା
ଉଦଳା, (ରାଜୀବ ବେହେରା): ସ୍କୁଲ ଅଛି ନାହିଁ ଭଲ ପରିବେଶ , ସ୍କୁଲ ସମ୍ମୁଖରେ ଥିବା ଡ୍ରେନ ମୁକୁଳା ହୋଇ ଦୀର୍ଘଦିନ ହେବ ରହିଛି,ଏ ଦୃଶ୍ୟ ଉଦଳା ଏନ. ଏ.ସି ର ୨ ନମ୍ବର ୱାର୍ଡ ରେ ଥିବା ବିଦ୍ୟାଳୟ ର ମୁଖ୍ୟ ଫାଟକ ଏବଂ ପାଚେରୀ କଡ ଦେଇ ଯାଇ ଥିବା ମୁକୁଳା ଡ୍ରେନ l ଦୁର୍ଗନ୍ଧ ରେ ଫାଟି ପଡୁଛି ପୁରା ପରିବେଶ ଏହି ରାସ୍ତାରେ ରାତ୍ର ସମୟ ରେ ମୁକୁଳା ଡ୍ରେନ ରେ ଦୁର୍ଘଟଣା ଘଟୁଛି, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ l ଦୁଃଖର ବିଷୟ ସ୍କୁଲ ର ମୁଖ୍ୟ ଫାଟକ ଉପରେ ଥିବା ସ୍ଲାବ କୁ ଛାଡିଦେଲେ ସ୍କୁଲ ପାଚେରୀ କୁ ଲାଗିଥିବା ଡ୍ରେନ ରେ ଅପରିଷ୍କାର ହେବା ସହିତ ପଚା ପାଣି ରେ ମାଛି ମଶା ଇତ୍ୟାଦି ପିଲାଙ୍କ ସ୍ୱାସ୍ଥ୍ୟ ବସ୍ଥା ପ୍ରତି ବିପଦ ହୋଇଛି, ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା ଘଟଣା ସାଧାରଣରେ ଆଲୋଚନା ହେବାରେ ଲାଗିଛି l ସରକାର ଶିକ୍ଷା ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଉଥିବା ବେଳେ ଏଠିକାର ଚିତ୍ର ସମ୍ପୂର୍ଣ ଅଲଗା ଦେଖିବାକୁ ମିଳିଛି, ଅସରାୟେ ବର୍ଷା ହେଲେ ଡ୍ରେନ ର ଏପରିଷ୍କାର ପାଣି ଡ୍ରେନ ଉପରେ ଉଛୁଳା ହୋଇ ପୁରରାସ୍ତା ଉପରେ ଢେଉ ଖେଳୁଛି, ଆଉ ଏହି ପରିସ୍ଥିତି କୁ ସାମ୍ନା କରୁଛନ୍ତି ସ୍କୁଲ କୁ ଆସୁଥିବା ଛାତ୍ର ଛାତ୍ରୀ ଏବଂ ସାଧାରଣ ଜନତା l ଏହି ଦୃଶ୍ୟଟି ହେଉଛି ମୟୁରଭଞ୍ଜ ଜିଲ୍ଲା ର ଉଦଳା ଵିଜ୍ଞାପିତ ଅଞ୍ଚଳ ପରିଷଦର ୨ ନମ୍ବର ୱାର୍ଡ ରେ ଥିବା ନାଗପାଳ ଏମ. ଇ ସ୍କୁଲ ନିକଟ ଦେଇ ଯାଇ ଥିବା ମୁକୁଳା ଡ୍ରେନ ର ଦୃଶ୍ୟ l ଏହି ଡ୍ରେନରୁ ବାହାରୁଥିବା ପଚାଶଢା ପାଣି ଦୁର୍ଗନ୍ଧ ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ନାହିଁ ନଥିବା ବା ଅସୁବିଧର ସମ୍ମୁଖୀନ ହେବାକୁ ପଡୁଛି I ସୂଚନା ଅନୁସାରେ ଉଦଳା ବ୍ଲକ ଛକ ଠାରୁ ଏକ ଡ୍ରେନ ଉଦଳା ନାଗପାଳ ଏମ. ଇ ସ୍କୁଲ ଦେଇ ଲମ୍ବୀଯାଇଛି । ତେବେ ଦୁଃଖର ବିଷୟ ଦୀର୍ଘ ଦିନରୁ ଏହି ଡ୍ରେନ ମୁକୁଳା ହୋଇ ରହିଛି, ଏଥିପ୍ରତି କାହାରି ନଜର ନାହିଁ, କୋମଳ ମୋତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ମୁକୁଳା ଡ୍ରେନ ବାଧକ ସାଜିଛି I ଡ୍ରେନ ର ପଚା ପାଣି ଯୋଗୁଁ ଡ୍ରେନରୁ ଅତି କଦର୍ଯ୍ୟ ଦୁର୍ଗନ୍ଧ ନିର୍ଗତ ହେଉଛି।
ଦୁର୍ଗନ୍ଧ ପାଇଁ ଅତିଷ୍ଠ ହୋଇସାରିଲେଣି ଶିକ୍ଷକ ଛାତ୍ରଛାତ୍ରୀ,ଏବଂ ଅଭିଭାବକ । ଏହି ଦୁର୍ଗନ୍ଧ ଏତେ ଚରମ ସୀମାରେ ପହଁଚିଲାଣି ସ୍କୁଲରେ ବସି ପାଠ ପଢିବା ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭବପର ହେଉନାହିଁ ଏହି ଦୁର୍ଗ ନ୍ଧ ଦ୍ଵାରା ଆଗାମୀ ଦିନ ରେ ଛାତ୍ରଛାତ୍ରୀମାନେ ଯଦି କୌଣସି ରୋଗର ଶିକାର ହୁଅନ୍ତି ତେବେ କିଏ ଏଥିରେ ଦାୟୀ ରହିବ ? ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ହୋଇଛି? ଏହି ଦୁର୍ଗନ୍ଧ ବହୁ ଦିନରୁ ବାହାରୁଥିବା ହେତୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାର କୌଣସି ସମାଧାନ କି କାର୍ଯ୍ୟାନୁଷ୍ଠାନ ଦେଖୁବାକୁ ମି ଳି ନାହିଁ । ଏଣୁ ଖୁବ ଶୀଘ୍ର ପ୍ରଶାସନ ପକ୍ଷରୁ ଏହି ସମସ୍ୟାର ସମାଧାନ ଯଦି ଯଥା ଶୀଘ୍ର କରାନ ଯାଏ ତେବେ ସାଧାରଣ ଜନତା ଓ ଛାତ୍ର ଛାତ୍ରୀମାନେ ରାଜରାସ୍ତାରେ ବସିବା ସହିତ ଏହି ଘଟଣା ଏକ ବଡ ଧାରଣ ର ଜନ ଆନ୍ଦୋଳନ ର ରୂପ ନେଉଛି । ତେବେ ଦେଖିବାକୁ ବାକି ଅଛି କେଵେ ଏହି ସମସ୍ୟା ର ସମlଧାନ ହେଉଛି l