‘ସ୍କ୍ୱାଡ୍’ରେ ଡ୍ୟାନିଙ୍କ ପୁଅ

ମୁମ୍ବାଇ : ପ୍ରତିଭାବାନ୍ ଅଭିନେତା ତଥା ୭୦/୮୦ ଦଶକର ପ୍ରଖ୍ୟାତ ଖଳନାୟକ ଡ୍ୟାନି ଡେଞ୍ଜୋପାଙ୍କ ସୁପୁତ୍ର ରିନଜିଙ୍ଗ୍ ଡେଞ୍ଜୋପା ଆସୁଛନ୍ତି ‘ସ୍କ୍ୱାଡ୍’ରେ । ଏହା ତାଙ୍କର ପ୍ରଥମ କଥାଚିତ୍ର । ନୀଳେଶ ସହୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି କଥାଚିତ୍ରରେ ସେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ସହିତ ଅଛନ୍ତି ନବାଗତା ମାଳବିକା । ଦେଶଭକ୍ତି ଉପରେ ଆଧାରିତ ‘ସ୍କ୍ୱାଡ୍’ର ମୁଖ୍ୟ ଆକର୍ଷଣ ହେବ ‘ଆକ୍ସନ’ । ଏଥିରେ ଭାରତୀୟ ଦର୍ଶକ ପ୍ରଥମ ଥର ପାଇଁ ହଲିଉଡସ୍ତରୀୟ ଆକ୍ସନ ଦେଖିବାକୁ ପାଇବେ । ଏହାର ‘କ୍ଲାଇମେକ୍ସ ସିନ୍’ ସୁଟିଂ ପାଇଁ ଅନ୍ୟୁନ ୪୦୦ ଆକ୍ସନ ମାଷ୍ଟର୍ସଙ୍କୁ ନିୟୋଜିତ କରାଯାଇଥିବା କହିଛନ୍ତି ନିର୍ଦ୍ଦେଶକ ନିଳେଶ । ଉଲ୍ଲେଖନୀୟ ବିଷୟ ହେଉଛି ନବାଗତ ହେଲେ ମଧ୍ୟ ରିନଜିଙ୍ଗ ଓ ମାଳବିକା ସମସ୍ତ ଆକ୍ସନ ସିନରେ ନିଜେ ଅଭିନୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ