ସ୍ଟୁ ଡେଣ୍ଟସ ’ଏଗନେଷ୍ଟ କରପସନର ତରଫରୁ ଆରଆଇ ପରୀକ୍ଷା ବାତିଲ ଦାବି

ଭୁବନେଶ୍ୱର,(ୱାଏନଏସ):ନେତୃତ୍ୱରେ ଆର ଆଇ ପରୀକ୍ଷା ବାତିଲ ଦାବିକରି ଶତାଧିକ ମେଧାବୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଆଗରେ ନାରାବାଜି ସହ ପରୀକ୍ଷାର ଆଡମିଟ୍ କାର୍ଡ ଜଳାଇ ପ୍ରତିବାଦ କରିଥିଲେ।
ସରକାର ତୁରନ୍ତ ପରୀକ୍ଷା ବାତିଲ ନକରି ଛାତ୍ରଙ୍କୁ ନ୍ୟାୟ ନଦେଲେ ଏ ନିଆଁ ସାରା ରାଜ୍ୟରେ ବ୍ୟାପିବା ସହ ପରିସ୍ଥିତି ଅଣାୟତ ହେବ ବୋଲି ସ୍ଟୁ ଡେଣ୍ଟସ ’ଏଗନେଷ୍ଟ କରପସନରର ଆବାହକ ବିଭୁତି ଭୂଷଣ ମହାପାତ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ। ସାରା ରାଜ୍ୟରେ ନିଯୁକ୍ତିରେ ଦୁର୍ନୀତି ଏକ ବ୍ୟାଧି ଭଳି ମାଡି ଚାଲିଥିବା ବେଳେ ପ୍ରତ୍ୟେକ ଘରୁ ମେଧାବୀ ମାନେ ରାଜରାସ୍ତାକୁ ଓଲ୍ହାଇ ପ୍ରତିବାଦ କରିବାକୁ ଆହ୍ୱାନ ଦେବା ସହ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ କହିବା ଅନୁଯାୟୀ ମୁଖ୍ୟମନ୍ତ୍ରୀ ତାଙ୍କ ଉଚ୍ଚସ୍ତରୀୟ ବୈଠକ କରି ତୁରନ୍ତ ନିଷ୍ପତି ଜଣାନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରମେଶ୍ୱର ବଳ , ଆକାଶ ନାୟକ , ଅମର ନାୟକ ,ସୁବ୍ରଜିତ ସାହୁ ,ରମ୍ୟରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ