ସ୍ଟେନସନ ହେଲେ ହିରୋ ୱାର୍ଲ୍ଡ ଚ୍ୟାଲେଞ୍ଜ ବିଜେତା

ଦୀର୍ଘ ଅଢେଇ ବର୍ଷ ର ଅପେକ୍ଷା ପରେ ହେନେରିକ ସ୍ଟେନସନ ଏକ ନାଟକୀୟ ଢଙ୍ଗରେ ଟାଇଗର ଉଡ଼ସ ଟୁର୍ଣ୍ଣାମେଂଟ ହିରୋ ୱାର୍ଲ୍ଡ ଚ୍ୟାଲେଞ୍ଜ ଜିତି ନୂତନ କିର୍ତିମାନ ସ୍ଥାପନ କରିଛନ୍ତି । ହିରୋମୋଟୋକର୍ପର ଡଃ ପୱନ ମୁଞ୍ଜଲ ଏବଂ ଟୁର୍ଣ୍ଣାମେଂଟ ର ଆୟୋଜନ ଟାଇଗର ଉଡ଼ସ ଏହି ଟ୍ରଫୀ ସ୍ଟେନସନ ଙ୍କୁ ପ୍ରଦାନ କରିଥିଲେ । ୨୦୧୪ ଏବଂ ୨୦୧୬ ମସିହାରେ ସ୍ଟେନସନ ରନର୍ସ-ଅପ ହୋଇଥିଲେ । ବିଶ୍ୱ ର‌୍ୟାଙ୍କିଙ୍ଗ ରେ ୪୦ତମ ସ୍ଥାନରେ ଥିବା ସ୍ଟେନସନ ଏହି ସପ୍ତାହ ପ୍ରାରମ୍ଭରେ ଏଥିରେ ଭାଗନେବା ପାଇଁ ୱାଇଲ୍ଡ କାର୍ଡ ପାଇଥିଲେ । ଏହି ଟୁର୍ଣ୍ଣାମେଂଟ ରେ ୯ଜଣ ଖେଳାଳି କୌଣସି ନା କୌଣସି ପର୍ଯ୍ୟାୟରେ ଆଗରେ ରହିଥିଲେ । ଅନ୍ତିମ ଦିନରେ ସ୍ଟେନସନ ରାହମ ଙ୍କୁ ପଛରେ ପକାଇ ବିଜେତା ହୋଇଥିଲେ । ଏହି ଟୁର୍ଣ୍ଣାମେଂଟ ରେ ଟାଇଗର ଉଡ଼ସ ଖୁବ ଭଲ ଆରମ୍ଭ କରିଥିଲେ ମଧ୍ୟ ୪ର୍ଥ ସ୍ଥାନରେ ଶେଷ କରିଥିଲେ । ଟ୍ରଫି ଜିତିବା ପରେ ନିଜର ପ୍ରତିକ୍ରିୟା ଦେଇ ସ୍ୱେଡି ସ୍ଟେନସନ କହିଛନ୍ତି, “ଶେଷଥର ମୁଁ ୱିନଧାନ ଠାରେ ଜିତି ପାରିଥିଲି । ପରବର୍ତୀ ସମୟରେ ମୁଁ ଖରାପ ଗଲ୍ଫ ଖେଳିନଥିଲେ ମଧ୍ୟ ପ୍ରତିଯୋଗୀତା ମୁତାବକ ଖେଳି ପାରିନଥିଲି । ମୁଁ ଏକାଧିକ ବିଗତ ଦିନ ମାନଙ୍କରେ ମୁଁ ୟୁରୋପିଆନ ଟୁରରେ କେତେଗୁଡିଏ ଟପ-୫, ଟପ-୪ ପାଇଥିଲି । ଏକାଧିକ ଥର ପିଜିଏ ଟୁରରେ ଟପ-୧୦ ରେ ପହଂଚିଥିଲି । ପରିଶେଷରେ ମୁଁ ଏହି ଟୁର୍ଣ୍ଣାମେଂଟ ର ଶୀର୍ଷରେ ପହଂଚିବା ଆଗାମୀ ଦିନ ପାଇଁ ପ୍ରୋତ୍ସାହନ ଯୋଗାଇଦେବି ।” ଟାଇଗର ଉଡ଼ସ ପ୍ରାରମ୍ଭିକ ଅବସ୍ଥାରେ ଆଗରେ ଥିଲେ ମଧ୍ୟ ଟୁର୍ଣ୍ଣାମେଂଟ ଅନ୍ତରେ ୪ର୍ଥ ସ୍ଥାନ ଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ