ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା, ଥାନାରେ ସ୍ୱାମୀ ଅଟକ

ଛତ୍ରପୁର, (ଦେବଦତ୍ତ ମହାରଣା): ପାରିବାରିକ କଳହରୁ କରୁଣ ପରିଣତି, ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧୀନ ସାନ ଆର୍ଯ୍ୟପ୍ଲଲୀ ଗ୍ରାମରେ ସ୍ତ୍ରୀକୁ ସ୍ୱାମୀ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସାନଆର୍ଯ୍ୟପ୍ଲୀ ଗ୍ରାମ ଗାନ୍ଧିଛକ ଠାରେ ସ୍ତ୍ରୀ ବି.ଏରାମ୍ମାକୁ ତା’ର ସ୍ୱାମୀ ବି.ମୁକୋଡୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଆକ୍ରମଣ କରିବା ସହ ଶେଷରେ ଜୀବନରେ ମାରିଦେବା ଲାଗି ସ୍ତ୍ରୀର ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲା । ହେଲେ ସେଠାରେ ଗ୍ରାମର କିଛି ବ୍ୟକ୍ତି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏରାମ୍ମାକୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସଙ୍କଟାପନ୍ନ ଥିବା ନେଇ ଏରାମ୍ମାକୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏରାମ୍ମାର ଚିକିତ୍ସା ଜାରି ରହିଛି । ସୂଚନା ପାଇ ଘଟଣା ସ୍ଥଳେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ୍ , ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ଓ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍‌ର ଏଏସ୍‌ଓ ପ୍ରଭାତି ପଟ୍ଟନାୟକ ପ୍ରମୁଖ ପହଞ୍ଚି ଘଟଣାର ସରଜମିନ୍ ତଦନ୍ତ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ବି.ମୁକୋଡୁକୁ ଥାନାରେ ଅଟକ ରଖାଯାଇଥିବା ବେଳେ ପୀଡିତା ଏରାମ୍ମାଙ୍କ ପିତା ଜି.ଏରେୟା ସାମୁଦ୍ରିକ ଥାନାରେ ଘଟଣା ସଂପର୍କରେ ସାମୁଦ୍ରିକ ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁସାରେ, ସାନଆର୍ଯପଲ୍ଲୀ ଗ୍ରାମର ବି.ମୁକୋଡୁ ଓ ବି.ଏରାମ୍ମାକୁ ବିବାହ କରିଥିଲେ । ସେମାନଙ୍କର ଦୁଇଝିଅ, ଗୋଟିଏ ପୁତ୍ର ରହିଛି । ହେଲେ ଦୀର୍ଘ ଏକବର୍ଷ ହେଲା ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ଅସନ୍ତୋଷ ଲାଗି ରହିଥିଲା । ବେଳେବେଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇ ଅଲଗା ଅଲଗା ରହୁଥିଲେ । ସ୍ତ୍ରୀ ଏରାମ୍ମା ପିଲାମାନଙ୍କୁ ଧରି ନିଜ ବାପ ଘରେ ରହୁଥିବା ବେଳେ ସ୍ୱାମୀ ମୁକୋଡୁ ମଧ୍ୟ ଅଲଗା ରହୁଥାଏ । ପୁଣି କିଛିଦିନ ପରେ ସାମ୍ବୀ ଓ ସ୍ତ୍ରୀ ମଧ୍ୟରେ ବୁଝାମଣା ହୋଇ ଏକାଠି ରୁହନ୍ତି । ବର୍ଷକ ହେଲା ସେମାନଙ୍କ ମଧ୍ୟରେ ଏହିପରି ଲାଗି ରହିଥିଲା । ବର୍ତ୍ତମାନ ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଥିବା ବେଳେ ଆଜି ସ୍ତ୍ରୀ ଏରମ୍ମା ଟିଫିନ୍ କ୍ୟାରେଜ୍ ଧରି ଶ୍ରମିକ କାମ କରିବା ପାଇଁ ଅନ୍ୟ ମହିଳା ଶ୍ରମିକମାନଙ୍କ ସହ ଘରୁ ବାହାରିଥିଲେ । ଘରୁ ୧୦୦ ରୁ ୨୦୦ ମିଟର ଦ୍ୱରରେ ଥିବା ଗାନ୍ଧିଛକ ଠାରେ ସ୍ୱାମୀ ମୁକୋଡୁ ୍‌ସ୍ତ୍ରୀ ଏରମ୍ମାକୁ ଆଜି ଜୀବନରେ ମାରିଦେବା ପାଇଁ ପୂର୍ବରୁ ପେଟ୍ରୋଲ୍ ଧରି ଜଗି ରହିଥିଲା । ଯେତେବେଳେ ଗାନ୍ଧିଛକ ଠାରେ ଏରମ୍ମା ସହ ମୁକୋଡୁର ମୁହାଁମୁହିଁ ହୋଇଥିଲା ଦୁହିଁଙ୍କ ମଧ୍ୟରେ ଧୂଳିଉଡା ଝଗଡା ହୋଇଥିଲା । ଏରାମ୍ମା ଧରି ଶ୍ରମିକ ହେଲ୍‌ମେଟ୍ ମଧ୍ୟରେ ପିଟାପିଟି ହୋଇଥିଲେ । ଶେଷରେ ଆଖିପୁଛୁଳାକେ ମୁକୋଡୁ ଏରାମ୍ମା ଶରୀର ଉପରେ ଧରିଥିବା ପେଟ୍ରୋଲ ଢାଳି ନିଆଁ ଲଗାଇଥିଲା । ଏରାମ୍ମାର ଶରୀର ନିଆଁ ଲାଗିବା ଦେଖି ସେଠାରେ ଥିବା ଏନ୍‌.ଗୋପାଲ ଓ ଏନ୍‌.କାମେୟା ଦୌଡି ଆସି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏରାମ୍ମାକୁ ଉଦ୍ଧାର କରିଥିଲେ । ସେତେବେଳକୁ ଶରୀର ପଛପାଶ୍ୱର୍ ସହ ୫୦ ପ୍ରତିଶତ ନିଆଁରେ ପୋଡିଯାଇଥିଲା । ସଂଗେ ସଂଗେ ଏକ ଗାଡିରେ ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକ ଏରାମ୍ମାକୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁତର ଥିବାନେଇ ବ୍ରହ୍ମପୁର ବଡାଡାକ୍ତରଖାନାକୁ ପଠାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ