ସ୍ତ୍ରୀକୁ ନିର୍ଯାତନା ଦେଇ ସ୍ୱାମୀ ଗଲା ଜେଲ୍
ପୁରୀ(ଯୁଗାବ୍ଦ ନ୍ୟୁଜ୍): ସ୍ତ୍ରୀକୁ ନିର୍ଯାତନା ଦେବା ଅଭିଯୋଗରେ ବାସଳେୀସାହୀ ଥାନା ପୁଲିସ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ୍କୁ ପଠାଇ ଦିଆଯାଇଛି । ସେ ହେଲା ଶରତ ମହାପାତ୍ର । ପୁଲିସର ସୂଚନାନୁଯାୟୀ, ୨୦୧୬ ମସିହାରେ ଶରତ ବୈଦିକ ରୀତିରେ ଲୋକନାଥ ରୋଡସ୍ଥିତ ଅର୍ପିତାଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଶରତଙ୍କ ପରିବାର ପକ୍ଷରୁ ଦାବି ମୁତାବକ ସମସ୍ତ ଯୌତୁକ ପ୍ରଦାନ କରାଯାଇଥିଲା । ଏହା ମଧ୍ୟରେ ତାଙ୍କର ଏକ ୨ବର୍ଷର କନ୍ୟା ମଧ୍ୟ ଅଛି । ହେଲେ ଶରତ ପୁଣି ଥରେ ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ଦାବି କରୁଥିଲେ । ଏହାକୁ ଅର୍ପିତା ବିରୋଧ କରିବାରୁ ତାଙ୍କୁ ନିସ୍ତୁକ ମାଡ ମାରିବା ସହିତ ନିର୍ଯ୍ୟାତନା ଦେଇ ଆସୁଥିଲେ । ଶେଷରେ ଅର୍ପିତା ଅସହାୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ କଲା ପରେ ପୁଲିସ ଏକ ମାମଲା ରୁଜୁ କରି ସ୍ୱାମୀ ଶରତକୁ ଗିରଫ କରି କୋର୍ଟଚାଲାଣ କରିଛି ।