ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର
ଧମାନଗର, (ସନ୍ତୋଷ କୁମାର ପ୍ରଧାନ):-ସ୍ୱାମୀ ସ୍ତ୍ରୀ ସମ୍ପର୍କ ସୃଷ୍ଟି ରେ ଶ୍ରେଷ୍ଠ ସମ୍ପର୍କ, ଯେଉଁ ସମ୍ପର୍କ କେବଳ ଗୋଟିଏ ଜନ୍ମ ପାଇଁ ନୁହେଁ ସାତ ଜନ୍ମ ପାଇଁ ଏକାଠି ରହିବା ପାଇଁ ଉଭୟ ଦମ୍ପତି ସାତ ଦୀପ ଆଠ କଳସ ଓ ହୋମ ନିଆଁ କୁ ସାକ୍ଷୀ ରଖି ଉଭୟ ସ୍ୱାମୀ ସ୍ତ୍ରୀ ବିବାହ ସମୟରେ ଶପଥ ନେଇଥାନ୍ତି I କିନ୍ତୁ ଆଜି ସେହି ଶପଥ ନେଇଥିବା ସ୍ବାମୀ ଜଣକ କେମିତି ହିଂସ୍ର ହୋଇ ନିଜ ସ୍ତ୍ରୀ କୁ ମାରିପାରିଲା I ଏବେ ସ୍ତ୍ରୀକୁ ମାରି ସ୍ୱାମୀ ଫେରାରଥିବା ସୂଚନା ମିଳିଛି I ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଅଧିନସ୍ଥ ଧୂସୁରି ଥାନା ଅନ୍ତର୍ଗତ କୋରୁଆ ଆଦିବାସୀ ବସ୍ତି ରେ ଗତକାଲି ବିଲମ୍ବତ ରାତିରେ ଗୁରୁବାରୀ ସିଂ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଶ୍ରୀଧର ସିଂ ତଂଟି ଚିପି ହତ୍ୟାକରିଥିବା ନେଇ ଉକ୍ତ ଗ୍ରାମର ଗ୍ରାମବାସୀଙ୍କ ଦ୍ୱାରା ଧୂସୁରି ଥାନାରେ ଅଭିଯୋଗ ପରେ ଧୂସୁରି ଥାନା ଅଧିକାରୀ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି I