ସ୍ତ୍ରୀକୁ ୩୦୦ ଖଣ୍ଡ : କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ କାରାବାସ

ଭୁବନେଶ୍ବର : ନିଜ ସ୍ତ୍ରୀକୁ ହତ୍ୟା କରି ୩୦୦ ଖଣ୍ଡ କରି ଟିଫିନ୍‌ରେ ରଖିବା ମାମଲାରେ ଦୋଷୀ ସ୍ବାମୀ ସୋମନାଥ ପରିଡାକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଜ୍‌ । ମାମଲାଟି ସାତ ବର୍ଷ ଚାଲିବା ପରେ ଆଜି ରାୟ ପ୍ରକାଶ ପାଇଛି । ୨୦୧୩ ଜୁନ୍‌ ମାସରେ ଭୁବନେଶ୍ବରର ନୟାପଲ୍ଲୀରେ ଘଟିଥିଲା ଏହି ହତ୍ୟା ଘଟଣା ଘଟିଥିଲା। ସୋମନାଥ ପରିଡ଼ା ନିଜ ପତ୍ନୀ ଉଷାଶ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଶରୀରକୁ ତିନି ଶହ ଖଣ୍ଡ କରି ଷ୍ଟିଲ କଣ୍ଟେନର ମଧ୍ୟରେ ଲୁଚାଇ ରଖିଥିଲେ । ଦେହାବଶେଷ ସହ କୋଡିଏ ଦିନ ରହିବା ପରେ ଘଟଣା ସାମ୍ନାକୁ ଆସିଥିଲା । ୭୧ ବର୍ଷ ବୟସରେ ସୋମନାଥ ଏପରି ଜଘନ୍ୟ କାଣ୍ଡ ଘଟାଇଥିବାବେଳେ, ସେହି ଘଟଣାରେ ସେତେବଳେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ରାୟ ପ୍ରକାଶ ବେଳେ କୋର୍ଟ ରୁମ୍‌ରେ କାନ୍ଦି ଥିଲେ ସୋମନାଥ ପରିଡା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ