ସ୍ତ୍ରୀଙ୍କୁ ନିର୍ଯ୍ୟାତନା, ଥାନାରେ ଏତାଲା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବିବାହର ୧୦ ବର୍ଷ ପରେ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ପ୍ରକାରେ, ଗତ ୨୦୧୩ ମସିହା ମାର୍ଚ୍ଚ ୩ ତାରିଖରେ ବେଲଗାଁ ଥାନା ବାଳକୃଷ୍ଣପୁର ଗ୍ରାମର ହିନ ପ୍ରଧାନଙ୍କ ଝିଅ ସୁଲତା ପ୍ରଧାନ (୩୦) ସହ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମର ହିନ ନାହକଙ୍କ ପୁଅ ସୁଶାନ୍ତ ନାହାକ (୩୫)ଙ୍କ ବାହାଘର ହୋଇଥିଲା। ବାହାଘର ସମୟରେ ବରଘର ଦାବି ମୁତାବକ ଯୈାତୁକ ପ୍ରଦାନ କରାଯାଇଥିଲା। ବାହାଘରର ୧୦ ବର୍ଷ ପରେ ସୁଲତାଙ୍କୁ ସ୍ବାମୀ ସୁଶାନ୍ତଙ୍କ ସମେତ ଶଶୁର ହିନ ଓ ଶାଶୁ ପରୀ ନାହାକ ଅଧିକ ଯୈାତୁକ ଦାବି କରି ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ନେଇ ସୁଲତା ଅଭିଯୋଗ କରିଛନ୍ତି। ଗତ ବର୍ଷ ନିର୍ଯାତନା ସହ୍ୟ କରିନପାରି ଘଟଣା ସମ୍ପର୍କରେ ମହିଳା ଜଣଙ୍କ ବାପାଘରକୁ ଜଣାଇଥିଲେ। ଘଟଣା ସମ୍ପର୍କରେ ପରିବାର ବର୍ଗଙ୍କୁ ଜଣାଇବାକୁ କେନ୍ଦ୍ର କରି ମହିଳାଙ୍କୁ ସ୍ବାମୀ ସମେତ ଶାଶୁ ଓ ଶଶୁର ମିଶି ମାଡ ମାରିବା ସହ ଘରୁ ବାହାର କରି ଦେଇଥିଲେ। କୈାଣସି ସମାଧାନ ନହେବାରୁ ଘଟଣା ନେଇ ମହିଳା ଜଣଙ୍କ ବୁଧବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-୧୦୨୬/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁରେଶ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।