ସ୍ତ୍ରୀଙ୍କୁ ଯୌତୁକ ନିର୍ଯ୍ୟାତନା ସ୍ବାମୀଙ୍କ ନାଁ ମକଦ୍ଦମା ରୁଜୁ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମ କୁମ୍ଭାର ସାହିର ଜ୍ୟୋସ୍ନାରାଣୀ ପ୍ରଧାନ ଙ୍କୁ ତାଙ୍କ ସ୍ଵାମୀ କିଶୋର ପ୍ରଧାନ ଯୌତୁକ ପାଇଁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି।ଏପରିକି ତାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର କରାଯାଇଥିବା ନେଇ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୫୫/୨୫ ଅନୁଯାୟୀ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି।ଗତ ପ୍ରାୟ ୪ ବର୍ଷ ପୂର୍ବେ କିଶୋର ଅନ୍ୟ ଜାତିର ଜ୍ୟୋସ୍ନାରାଣୀ ଙ୍କୁ ଭଲପାଇ ବିବାହ କରିଥିଲେ।ବିବାହର କିଛିଦିନ ହସଖୁସି ରେ କଟିବା ପରେ ତାଙ୍କୁ ବାପଘରୁ ଅଧିକା ଯୌତୁକ ଆଣିବା ପାଇଁ ସ୍ବାମୀ କିଶୋର ଧମକ ଦେବାସହ ସଦାସର୍ବଦା ମାଡ଼ ମାରୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ସେ ସ୍ବାମୀଙ୍କ ବିରୋଧରେ ଏତଲା ଦେଇଥିବା ପୋଲିସକୁ କହିଛନ୍ତି।