ସ୍ତ୍ରୀଙ୍କ ପାଇଁ ଦୁଇ ସ୍ବାମୀ କଲେ ଅଜବ ବୁଝାମଣା

ଲାହୋର : ଜଣେ ସ୍ବାମୀଙ୍କର ଦୁଇଟି ସ୍ତ୍ରୀ ରହିଥିବାର ଶୁଣାଯାଇଥାଏ । କିନ୍ତୁ ସ୍ତ୍ରୀଙ୍କର ଦୁଇଟି ସ୍ବାମୀ ରହିଥିବାର ଖବର ସାମ୍ନାକୁ ଆସିଛି । ସ୍ବାମୀଙ୍କ ପାଇଁ ଦୁଇଜଣ ସ୍ତ୍ରୀ ନିଜ ମଧ୍ୟରେ ବୁଝାମଣା କରିଥାନ୍ତି । କିନ୍ତୁ ଜଣେ ସ୍ତ୍ରୀ ପାଇଁ ଦୁଇ ଜଣ ସ୍ବାମୀ ବୁଝାମଣା କହିଛନ୍ତି ।
ଏହି ଘଟଣାର ପାକିସ୍ତାନର ଲହୋର ଅଞ୍ଚଳର ବୋଲି ଜଣାପଡିଛି । ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରଥମ ସ୍ବାମୀଙ୍କ ନିକଟକୁ ପଠାଇଛନ୍ତି । ସ୍ତ୍ରୀ ଗର୍ଭବତୀ ଥିବାବେଳେ ପ୍ରଥମ ସ୍ବାମୀ ଜଣକ ତାଙ୍କର ଉତ୍ତମ ଦେଖାରଖା କରିପାରିବେ ବୋଲି ଦ୍ବିତୀୟ ସ୍ବାମୀ ଜଣକ ଏପରି ନିଷ୍ପତ୍ତି ନେଇଛନ୍ତି । ଦୁଇଜଣ ସ୍ବାମୀ ଜଣକ ଏହା ସମ୍ପର୍କରେ ପୋଲିସ ଥାନାରେ ଲିଖିତ ବୟାନ ଦେଇଛନ୍ତି । ମହିଳାଙ୍କ ଦ୍ବିତୀୟ ସ୍ବାମୀ ବୁଝାମୁଣା ଚୁକ୍ତିରେ ଲେଖିଛନ୍ତି ଯେ – ତାଙ୍କ ସ୍ତ୍ରୀଙ୍କର ପ୍ରଥମ ସ୍ବାମୀଙ୍କଠାରୁ ଚାରିଜଣ ସନ୍ତାନ ଅଛନ୍ତି । ସେହି ସନ୍ତାନମାନଙ୍କର ଠିକ୍‌ ଭାବରେ ଦେଖାରେଖା ହୋଇପାରୁନଥିବାରୁ ସେ ବ୍ୟସ୍ତ ରହୁଥିଲେ । ଏଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କ ସହମତିରେ ତାଙ୍କୁ ପ୍ରଥମ ସ୍ବାମୀଙ୍କ ନିକଟକୁ ପଠାଇଛନ୍ତି । ଏବେ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବାବେଳେ ସେ ଯେକୌଣସି ସମୟରେ ଆସି ତାଙ୍କ ସ୍ତ୍ରୀଙ୍କ ସହିତ ସାକ୍ଷାତ ଦେଖାକରି ପାରିବେ । ଏବଂ ଏକ ବର୍ଷ ପରେ ତାଙ୍କ ସନ୍ତାନକୁ ନେଇ ପାରିବେ । ସନ୍ତାନ ଜନ୍ମ ହେବା ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ପ୍ରଥମ ସ୍ବାମୀଙ୍କ ସହିତ ରହିବେ ।
ସେହିପରି ପ୍ରଥମ ସ୍ବାମୀ ଜଣକ ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀଙ୍କୁ ଏପରି ଦୁଃଖୀ କିମ୍ବା ବ୍ୟସ୍ତ ହେଉଥିବାର ଦେଖିପାରିବେ ନାହିଁ ସେଥିପାଇଁ ସେ ଏହି ବୁଝାମଣାରେ ସମର୍ଥନ କରିଛନ୍ତି । ଏହି ବୁଝାମଣାରେ ଦୁଇଜଣ ଯାକ ସ୍ବାମୀ କହିଛନ୍ତି ଯେ, ସେ ଏପରି ବୁଝାମଣା କେବଳ ତାଙ୍କ ସ୍ତ୍ରୀଙ୍କ ପାଇଁ ହିଁ କରିଛନ୍ତି, ସେ ଯେପରି ପିଲାମାନଙ୍କ ସହିତ ଖୁସିରେ ରହିପାରିବେ ସେଥିପ୍ରତି ଧ୍ୟାନ ଦେଇ ସେ ଏପରି ଏକ ବୁଝାମଣାରେ ସହମତି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ