ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ଛାଡ଼ପତ୍ର ମାଗିଲେ ସ୍ୱାମୀ

ମଧ୍ୟପ୍ରଦେଶର ଭୋପାଳରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏଠାକାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ତାଙ୍କୁ ଛାଡ଼ପତ୍ର ମାଗିଛନ୍ତି । ସ୍ୱାମୀଙ୍କ କହିବା ଅନୁଯାୟୀ, ୧୦ ବର୍ଷ ପୂର୍ବେ ସେ ଯେତେବେଳେ ବିବାହ କରିଥିଲେ ସେତେବେଳେ ତାଙ୍କ ସ୍ତ୍ରୀ ବହୁତ ପତଳା ଥିଲେ । ତାଙ୍କ ଓଜନ ମାତ୍ର ୫୬ କେଜି ଥିଲା । ମାତ୍ର ପୁଅ ଜନ୍ମ ହେବା ପରେ ହଠାତ୍ ସ୍ତ୍ରୀଙ୍କ ଓଜନ ବଢ଼ିବାକୁ ଲାଗିଲା । ଏଥିପ୍ରତି ସ୍ୱାମୀ ତାଙ୍କୁ ସଚେତନ ମଧ୍ୟ କରାଇଥିଲେ । ମାତ୍ର ସ୍ତ୍ରୀ ନିଜ ଶରୀର ପ୍ରତି ଅଣଦେଖା କଲେ । ଫଳରେ ତାଙ୍କ ଓଜନ ବଢ଼ି ୧୦୨ କିଲୋ ହେଲା । ସ୍ତ୍ରୀଙ୍କ ଓଜନ କମ୍ କରିବା ପାଇଁ ସେ ବିଭିନ୍ନ ଉପାୟ ଅବଲମ୍ବନ କରିସାରିଛନ୍ତି । ଏଥିପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିସାରିଲେଣି । ହେଲେ କିଛି ଲାଭ ହେଲା ନାହିଁ । ଶେଷରେ ସେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଯେତେବେଳେ ସେ ଘରୁ ବାହାରକୁ ଯାଉଛନ୍ତି ଲୋକେ ତାଙ୍କୁ ମୋଟୀ ସ୍ତ୍ରୀଙ୍କ ସ୍ୱାମୀ କହି କମେଣ୍ଟ୍ ମାରୁଛନ୍ତି । ଏଥିପାଇଁ ସେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ସ୍ତ୍ରୀଙ୍କୁ ୨୫ ଲକ୍ଷ ଟଙ୍କା ସହ ପୁଅର ଭରଣପୋଷଣ ପାଇଁ ସମସ୍ତ ଖର୍ଚ୍ଚ ଦେବାକୁ ସେ ରାଜି ଅଛନ୍ତି । ଏ ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି ଯେ, ସ୍ୱାମୀଙ୍କର ଜଣେ କଲେଜ ଝିଅଙ୍କ ସହିତ ପ୍ରେମସମ୍ପର୍କ ରହିଛି । ଏଥିପାଇଁ ସେ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି । ମୋଟାପଣ କୌଣସି ଛାଡ଼ପତ୍ରର କାରଣ ହୋଇ ନ ପାରେ ବୋଲି ତାଙ୍କ ଓକିଲ କହିଛନ୍ତି । ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ