ସ୍ତ୍ରୀଙ୍କ ରହସ୍ୟମୟ ନିଖୋଜ ଏତଲା ଦେଲେ ସ୍ବାମୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ବେଲପନ୍ଥି ଗ୍ରାମର ରଞ୍ଜନ କୁମାର ଗୌଡ଼ ଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଗୌଡ଼ ଗତ ୧୭ ଦିନ ହେଲା ନିଖୋଜ ଥିବା ଜଣାପଡିଛି।ନିଖୋଜ ଘଟଣା ସମ୍ପୂର୍ଣ୍ଣ ରହସ୍ୟମୟ ବୋଲି ତାଙ୍କ ସ୍ଵାମୀ ରଞ୍ଜନ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଗତ ୫ ତାରିଖ ରେ ଦିଗପହଣ୍ଡି ଥାନା ବି. ତୁରୁୁବୁଡି ଗ୍ରାମରେ ରହୁଥିବା ରଞ୍ଜନ ଙ୍କ ଶାଶୁ ସବିତା ଗୌଡ଼ ବେଲପନ୍ଥି ଗ୍ରାମକୁ ଆସି ତାଙ୍କ ଝିଅ ସନ୍ଧ୍ୟାରାଣୀ ଏବଂ ସାନ ନାତୁଣୀ ବେବି ଙ୍କୁ ତାଙ୍କ ଘରକୁ ନେବାକୁ ଚାହିଁଥିଲେ। ରଞ୍ଜନ ମନା କରିବା ସତ୍ତ୍ୱେ ସ୍ତ୍ରୀ ସନ୍ଧ୍ୟାରାଣୀ ସାନ ଝିଅ ବେବିି ଙ୍କୁ ସାଙ୍ଗରେ ନେଇ ମାଆ ସହ ବି. ତୁରୁୁବୁଡି ଗ୍ରାମକୁ ଯାଇଥିଲେ।ସ୍ତ୍ରୀ ତାଙ୍କ ବାପ ଘରକୁ ଯିବାର  ୪ ଦିନ ପରେ ରଞ୍ଜନ ତାଙ୍କୁ ଆଣିବା ପାଇଁ ଶ୍ଵଶୁର ଘର କୁ ଯାଇଥିଲେ।ସେଠାରେ ତାଙ୍କ ସ୍ତ୍ରୀ ନଥିବା ବେଳେ ସାନ ଝିଅ ସେଠାରେ ଥିବା ଦେଖିଥିଲେ। ସନ୍ଧ୍ୟାରାଣୀ ଙ୍କ ସମ୍ପର୍କରେ ସେ ଶାଶୁ ଙ୍କୁ ପଚାରିବାରୁ ସନ୍ଧ୍ୟାରାଣୀ ତାର ଅଜା ଘର ହିଞ୍ଜିଳି ବ୍ଲକ ଗୌଡ଼ପଲ୍ଲୀ ଗ୍ରାମକୁ ବୁଲି ଯାଇଥିବା କହିଥିଲେ।ଗୌଡ଼ପଲ୍ଲୀ ଗ୍ରାମରେ ମଧ୍ୟ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ନଥିବା ରଞ୍ଜନ ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଇଥିଲେ।  ପରେ ସେ ଦିଗପହଣ୍ଡି ଥାନାରେ ପହଞ୍ଚି ତାଙ୍କ ସ୍ତ୍ରୀ ଙ୍କ ରହସ୍ୟଜନକ ନିଖୋଜ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ନିଖୋଜ ମାମଲା ନଂ.୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି। ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ସଦଳବଳେ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ନିଖୋଜ ସନ୍ଧ୍ୟାରାଣୀ ଙ୍କ ସନ୍ଧାନ ମିଳିପାରିନାହିଁ। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ