ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଘଟଣାରେ ସ୍ୱାମୀକୁ କୋର୍ଟ ଚାଲାଣ କଲା ପୋଲିସ୍

ଛତ୍ରପୁର (ଦେବଦତ୍ତ ମହାରଣା): ଗତକାଲି ଆଯ୍ୟପଲ୍ଲୀ ମେରାଇନ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥବା ଘଟଣାରେ ପୋଲିସ୍ ଗ୍ୱାମୀକୁ ଗିରଫ୍ କରି ଅଟକ ରଖିଥିଲା । ଗୁରୁବାର ଅଭିଯୁକ୍ତ ସ୍ୱାମୀ ବି. ମୁକୋଡୁ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ସୂଚନା ଥାଉ କି, ଗତକାଲି ଆଯ୍ୟପଲ୍ଲୀ ମେରାଇନ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ସ୍ୱାମୀ । ଗୁରୁତର ଅବସ୍ଥାରେ ସ୍ତ୍ରୀ କୁ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ବି.ମୁକୋଡୁ ଓ ସ୍ତ୍ରୀ ବି. ଏରେମ୍ମାଙ୍କ ମଧ୍ୟରେ ଝଗଡା ହେବାରୁ ସେ ତାର ନିଜ ବାସ ଭବନରେ ରହୁଥିଲା । ତେବେ ବୁଧୁବାର ସକାଳୁ କାମ କରିବା ପାଇଁ ବି.ଏରାମ୍ମା ଯାଉଥିବା ବେଳେ ଛକ ନିକଟରେ ସ୍ୱାମୀ ବି. ମୁକୋଡୁ ପେଟ୍ରୋଲ ଧରି ତା ସହ ଝଗଡା କରିବା ସହ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ୁ ଘଟଣାର ଖବର ପାଇ ଛତ୍ରପୁର ଏସଡିପିଓ ଗୌତମ କିସାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ, ସାଇଣ୍ଟିଫିକ୍ ଟିମ୍ ପହଂଚି ଘଟଣାର ତଦନ୍ତ କରୁଛନ୍ତି । ଅନ୍ୟପଟେ ଏନେଇ ବି.ଏରେମ୍ମାଙ୍କ ବାପା ଛତ୍ରପୁର ଥାନାରେ ଏତାଲା ଦେଇଥିବା ବେଳେ ଛତ୍ରପୁର ପୋଲିସ୍ ଥାନାରେ ୩୬/୨୧ ରେ ଏକ ମାମଲା ରୁଜୁ କରି ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ ଆଜି ଅଭିଯୁକ୍ତ ସ୍ୱାମୀକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ