ସ୍ତ୍ରୀ କୁ ପଥର ଛେଚି ହତ୍ୟା କଲା ସ୍ୱାମୀ
ମୋହନା, (ଅଂଶୁମାନ ପଣ୍ଡା):ସ୍ତ୍ରୀ କୁ ପଥର ଛେଚି ହତ୍ୟା କଲା ସ୍ୱାମୀ ଏଭଳି ଅଭିଯୋଗ ଆସିଛି ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ କାଲେମା ଗ୍ରାମ ରୁ l ଗ୍ରାମର ଧର୍ମେନ୍ଦ୍ର ନାୟକ ନିଜ ପ୍ରଥମ ସ୍ତ୍ରୀ ଲାଲୀ ନାୟକ(୩୧)ଙ୍କୁ ପଥର ରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଲାଲୀ ଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି l ଅଡବା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଥାନା ଅଧିକାରୀ ସୁଭ୍ରାନ୍ତ ପଣ୍ଡା କହିଛନ୍ତି l ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଧର୍ମେନ୍ଦ୍ର ଏବଂ ମୋହନା ଥାନା ଆମ୍ବଗାଁ ର ଲାଲୀ ୧୫ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ l ସେମାନଙ୍କ ତିନୋଟି ଝିଅ ଏବଂ ଗୋଟିଏ ପୁଅ ରହିଛନ୍ତି l କିନ୍ତୁ ଗତ କିଛି ବର୍ଷ ପୂର୍ବେ ଧର୍ମେନ୍ଦ୍ର ପୁଣି ବ୍ରହ୍ମପୁର ଲୋଚାପୋଡ଼ା ଅଞ୍ଚଳ ର ଜଣେ ଝିଅ ଙ୍କୁ ପ୍ରେମ ବିବାହ କରିଥିଲେ ଏହାପରେ ଘଟଣା କୁ ନେଇ ପରିବାର ରେ କଳହ ଆରମ୍ଭ ହୋଇଥିଲା l ଏହା ଉଗ୍ର ରୂପ ନେଇଥିଲା l ଗତ ଶୁକ୍ରବାର ପ୍ରତିଶୋଧ ପରାୟଣ ଧର୍ମେନ୍ଦ୍ର ସ୍ତ୍ରୀ ଲାଲୀ କୁ ଗ୍ରାମ ଠାରୁ ପ୍ରାୟ ଦେଢ଼ କିଲୋମିଟର ବେଆଇନ ଗଞ୍ଜେଇ ଚାଷ ହେଇଥିବା ପାହାଡ଼ ତଳେ ଥିବା ଏକ ନାଳକୁ ନେଇ ତାଙ୍କ ମୁଣ୍ଡ ରେ ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଲlଲିଙ୍କ ଭାଇ ମୋହିତ ନାୟକ ଅଭିଯୋଗ କରିଛନ୍ତି l ଖବର ପାଇ ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଛି, ମୃତ ଲାଲୀ ଙ୍କ ଭାଇ ମୋହିତ ଙ୍କ ଏତଲା ପ୍ରକାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି l ଅଭିଯୁକ୍ତ ସ୍ୱାମୀ ଧର୍ମେନ୍ଦ୍ର ଫେରାର ଥିବା ପୋଲିସ ସୂଚନା ଦେଇଛି ଅନ୍ୟ ପକ୍ଷ୍ୟ ହତ୍ୟା ହେଇଥିବା ସ୍ଥାନ ଠାରେ ବେଆଇନ ଭାବେ ବିପୁଳ ପରିମାଣ ର ଗଞ୍ଜେଇ ଚାଷ ହେଇଛି ଏହି ଚାଷ ପଛ ରେ ଅଭିଯୁକ୍ତ ଙ୍କ ହାତ ନାହିଁ ତ ତାହା ମଧ୍ୟ୍ୟ ପୋଲିସ କୁ ଏକ ଚାଲେଞ ସୃଷ୍ଟି କରିଥିବା ବୁଦ୍ଧିଜୀବୀ କହିଛନ୍ତି