ସ୍ତ୍ରୀ କୁ ହତ୍ୟା ଅଭିଯୋଗରେ ସ୍ୱାମୀ ଭୋଗିଲେ ଜେଲଦଣ୍ଡ , ୨୨ ମାସ ପରେ ଘରକୁ ଫେରିଲେ ସ୍ତ୍ରୀ

କୋଲକାତା : ପଶ୍ଚିମବଙ୍ଗରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀ କୁ ସ୍ୱାମୀ ହତ୍ୟା କରିବା ସଂଗୀନ ଅଭିଯୋଗ ଓ ଅପହରଣ ମାମଲାରେ ସ୍ୱାମୀ ୩ ମାସ ଜେଲ ଦଣ୍ଡ ଭୋଗ କରିଥିବା ବେଳେ ହଠାତ୍ ଦୁଇ ବର୍ଷ ପରେ ତାଙ୍କ ସ୍ତ୍ରୀ ଘରକୁ ଫେରିଆସିବା ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁଯାୟୀ ଗତ ଦୁଇ ବର୍ଷ ତଳେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗିରହିଥାଏ । ଏହା ପରେ ତାଙ୍କ ର ଧର୍ମପତ୍ନୀ ସ୍ୱାମୀଙ୍କ ଅଜାଣତରେ କୁଆଡେ ଫେରାର ହୋଇଯାଇଥିଲେ । କିନ୍ତୁ ଝିଅ ଘର ପରିବାର ତରଫରୁ ହତ୍ୟା ଅଭିଯୋଗ କରିଥିଲେ । ତାଙ୍କର ଏକ ମାତ୍ର ୫ ବର୍ଷର ପୁତ୍ର ଥିଲେ ମଧ୍ୟ ସେ ଶୁଶୁକୁ ଛାଡି ଚାଲି ଯାଇଥିଲେ । ଏହି ଘଟଣା ପରେ ଝିଅ ଘର ପରିବାର ତରଫରୁ ହତ୍ୟା ଅଭିଯୋଗ କରିଥିଲେ । ଏହି ଘଟଣାରେ ସ୍ୱାମୀ ଦିର୍ଘ ତିନି ମାସ ଜେଲ ଦଣ୍ଡ ଭୋଗ କରିବା ପରେ ତାଙ୍କ ସ୍ତ୍ରୀ ୨୨ ମାସ ପରେ ଘରକୁ ଫେରିବା ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସ୍ଥାନୀୟ ଚକୁଳିଆ ଥାନା ଭାରପ୍ରାପ୍ତ ଅଧିକାରୀ ତ୍ରିଭୂବନ ରାମ କହିଛନ୍ତି ୨୦୧୭ ମସିହାରେ ମୈାସୁମି ଘର ଛାଡି ଚାଲିଯାଇଥିଲେ । ଝିଅଙ୍କ ମା ସୀମା ଦାସଙ୍କ ଅଭିଯୋଗ କ୍ରମେ ସେ ଜେଲ ଦଣ୍ଡ ଭୋଗ କରିଥିଲେ । ଆଇପିସି ଧାରା ୧୬୪ ଅନୁଯାୟୀ ବୟାନ ସୋମବାର ଦିନ ରେକର୍ଡ କରାଯିବ । ତାଙ୍କ ସ୍ତ୍ରୀ ସୁଷମା ଙ୍କୁ ପୋଲିସ ପଚାରାଉଚାରା କରିବା ସମୟରେ ତାଙ୍କ ସ୍ତ୍ରୁୀ ପୋଲିସକୁ କିଛି ବି କହିନାହାନ୍ତି ।ତାଙ୍କ ସ୍ୱାମୀ କହିଛନ୍ତି ସ୍ତ୍ରୀ ସୁଷମା ଯାହା କହିବେ ତାକୁ ଦଶ ଥର ଭାବିଲା ପରେ କହିବେ । ତାଙ୍କ ସ୍ୱାମୀଙ୍କୁ ୨୨ ମାସ ହେଲା ଛାଡିଦେଇ ଗଲା ପରେ ପୁଣୀ ଆସିଛନ୍ତି । ତାଙ୍କ ୫ ବର୍ଷର ପୁଅ କୁ ମଧ୍ୟ ଛାଡି ଚାଲିଯାଇଥିଲେ । ସେ ଘର ଛାଡି ଚାଲିଯାଇଥିବା ସମୟରେ ତାଙ୍କ ସ୍ୱାମୀ ଅକଥନୀୟ ନିର୍ଯ୍ୟାତନା ଦେଉଥିବା ଦର୍ଶାଇ ସେ ଚାଲିଯାଇଥô୍ଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ