ସ୍ତ୍ରୀ ପିଲା ନିଖୋଜ ନେଇ ଥାନା ରେ ଅଭିଯୋଗ କଲେ ସ୍ଵାମୀ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ର ବାଦପୁରୁ ଗ୍ରାମ ର ପ୍ରଭାକର କାର୍ଜି (୨୫) ନିଜ ସ୍ତ୍ରୀ ସନ୍ତୋଷି ଦଳାଇ (୧୮) ଓ ତାଙ୍କ ୧୮ମାସ ର ଶିଶୁକନ୍ୟା ନେଇ କେଉଁ ଆଡେ଼ ଚାଲି ଯାଇଥିବା ନେଇ ଏକ ଅଭିଯୋଗ କରିଛନ୍ତି I ଥାନା ରେ ସ୍ଵାମୀ ଘଟଣା ରୁ ପ୍ରକାଶ ପ୍ରଭାକର ୧୦’୬ ରେ ନିଜ ସ୍ତ୍ରୀ ଓ ଝିଅ କୁ ଶଶୁର ଘର ପଦ୍ମପୁରୁ ଗ୍ରାମ କୁ ନେଇ ଛାଡ଼ି ଦୁଇ ଦିନ ରହି ଫେରିଥିଲେ I ପ୍ରଭାକର ୧୪ ତାରିଖରେ ସୋଡୁ ଗୋପୀନାଥ ନାୟକ ଫୋନ୍ ମାଧ୍ୟମ ରେ ପ୍ରଭାକର କୁ କହିଥିଲେ I ନିଜ ସ୍ତ୍ରୀ ଝିଅ କୁ ନେଇ୧୩’୬ ରେ କେଉଁ ଆଡେ଼ ଚାଲିଯାଇଛନ୍ତି ଖବର ପାଇ ପ୍ରଭାକର ନିଜ ଶଶୁର ଘରେ ପହଞ୍ଚି ଶାଶୁ ଓ ଶଶୁର ଙ୍କୁ ପଚାରିବାରୁ ସେମାନେ କହିଥିଲେ I ଆମେ କେହି ଘରେ ନଥିଲୁ ସନ୍ତୋଷି ତାର ପିଲା କୁ ଧରି ରହିଥିଲା I ଆମେ ଘରକୁ ଆସି ଦେଖିବା ବେଳେ ସେ ତା ଝିଅ ନାହାନ୍ତି ଏହି କଥା ଶୁଣି ସ୍ଵାମୀ ପ୍ରଦୀପ ନିଜ ସମ୍ପର୍କୀୟ ଓ ଚାରିଆଡ଼େ ଖୋଜା ଖୁଜି କୋରୀ ନ ପାଇ ଶେଷ ରେ ମୋହନା ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି I


