ସ୍ଥାନୀୟ ନିଯୁକ୍ତିକୁ ନେଇ ହୋଇଥିବା ମାଡ଼ପିଟ ଘଟଣାରେ ୨ ଗିରଫ
ଯୋଡ଼ା,(ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ସିଲିଯୋଡ଼ା ଗ୍ରାମରେ ସ୍ଥାନୀୟ ନିଯୁକ୍ତିକୁ ନେଇ ହୋଇଥିବା ମାଡ଼ପିଟ ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।ସେମାନେ ହେଲେ ସଂଜୟ ଲୋହାର ଓ ଦୀପକ ବାର୍ଲା ।ସୂଚନାଯୋଗ୍ୟ କି ଗତ ତା୨୫/୦୯/୨୦୨୦ ଦିନ ପ୍ରାୟ ୧୨ଟା ବେଳେ ସିଲିଯୋଡ଼ା ଗ୍ରାମର ସୁଶାନ୍ତ କୁମାର ଖିଲାର ଓ ତାଙ୍କ ପରିବାର ବର୍ଗଙ୍କୁ ସଂଘବଦ୍ଧ ହୋଇ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।ଏ ନେଇ ବାମେବାରୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସକେଶ ନଂ୧୨୮/୨୦ରୁଜୁ କରିଥିଲା । ଅପରପକ୍ଷରେ ସୁଶାନ୍ତ କୁମାର ଖିଲାରଙ୍କ ନାମରେ ଉକ୍ତ ଗ୍ରାମର ସଂଜୟ ଲାଗୁରୀ ଥାନାରେ ଏକ ପାଲଟା ଅଭିଯୋଗ କରିଥିବା ଓ ପୋଲିସ କେଶ ନଂ ୧୨୯/୨୦ ରୁଜୁ ହୋଇଥିବା ଥାନା ଅଧିକାରୀ ଅମିତାଭ ଦାସ ସୂଚନା ଦେଇଛନ୍ତି ।


