ସ୍ଥାନୀୟ ପ୍ରଶାସନର କଣ୍ଟନମେଣ୍ଟ ଜୋନ ରେ ଅବହେଳା ବିରୁଦ୍ଧରେ ଦାବୀପତ୍ର
କଳାହାଣ୍ଡି,(ଓ୍ବାଇଏନ୍ଏସ୍) : କଳାହାଣ୍ଡି ଜ଼ିଲ୍ଲା ଏମ. ରାମପୁର ପଂଚାୟତ ର ଚନ୍ଦନପିଣ୍ଡା ଗ୍ରାମରେ କେତେକ ବ୍ୟକ୍ତି କରୋନା ପଜିଟିଭ ଚି଼ହ୍ନଟ ହୋଇଥଲେ ପ୍ରଶାସନ ସେହି ଗ୍ରାମ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା | ଏହା ପରେ ଏହି ଗ୍ରାମ ର ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ପ୍ରଶାସନ ପ୍ରତିଶୃତି ଦେଇ ଥିଲେ ସୁଦ୍ଧା ତାହା କରିନଥିଲା | ଯାହାଫଳରେ ଲୋକମାନେ ବହୁତ ହଇରାଣ ହୋଇଥିଲେ ଏବଂ ପ୍ରଶାସନ ର ଅବହେଳା ବିରୁଦ୍ଧରେ ଆଜି ସି ପି ଆ ଇ (ଏମ )ତରଫରୁ ଶହ ଶହ ସଂଖ୍ୟା ରେ ଲୋକେ ସମ୍ପାଦକ ସତ୍ୟଜିତ ଚାଟାର୍ଜୀ ଙ୍କ ନେତୃତ୍ୱ ରେ ସ୍ଥାନୀୟ ପ୍ରଶାସନ ଙ୍କୁ ଦାବିପତ୍ର ଦେଇଥିଲେ |