ସ୍ଥାନୀୟ ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଉପକଣ୍ଠ ସ୍ଥିତ ଆଇଆରଇଏଲ ସମେତ ବିଭିନ୍ନ କମ୍ପାନୀ ମାନଙ୍କରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଦାବି ନେଇ ସୋମବାର ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ଭାଗିରଥି ବେହେରାଙ୍କ ନେତୃତ୍ୱରେ ବହୁ ଯୁବକ / ଯୁବତୀ ଓ ମହିଳା ମାନଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନ ହେଲେ ରାଜରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସେମାନଙ୍କ ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନ ହେଲେ ସେମାନଙ୍କ ଆନ୍ଦୋଳନ କୁ ତୀବ୍ର କରାଯିବ । ଏହା ସହିତ ରାଜରାସ୍ତା ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଭାଗିରଥୀ ବେହେରାଙ୍କ ସହ ଗଂଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁଧୀର କୁମାର ବିଶ୍ୱାଳ, କଂଗ୍ରେସ ନେତା ଏନ.ଗଣେଶ ରେଡ୍ଡୀ, କାଳିଆ ରାଉଳ, ଅଶୋକ କୁମାର ପଟ୍ଟନାୟକ,ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ଭବାନୀ ବେହେରା, କୁନି ନାୟକ, ନାଏବ ସରପଞ୍ଚ ପ୍ରଶାନ୍ତ ବେହେରା, ଜି.ଗୈାରୀଙ୍କ ବହୁ ସ୍ଥାନୀୟ ଯୁବକ/ଯୁବତୀ, ମହିଳା ଓ ନେତା ମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ସ୍ଥାନୀୟ କମ୍ପାନୀ ଗୁଡିକରେ ଅଂଚଳର ଯୁବକ/ଯୁବତୀ ମାନଙ୍କୁ ନିଯୁକ୍ତି ଦାବୀ ନେଇ ଭାଗିରଥି ବେହେରାଙ୍କ ନେତୃତ୍ୱରେ ବହୁବାର କମ୍ପାନୀ କତ୍ତୃପକ୍ଷ ମାନଙ୍କୁ ଦାବୀ ପତ୍ର କରାଯାଇଥିଲ।। ସେମାନେ ଏହାର କିଛି କାର୍ଯ୍ୟକାରୀ କରି ନଥିବା ସେମାନେ ଅଂଚଳ ମହିଳା ଓ ଯୁବକ /ଯୁବତୀ ମାନଙ୍କୁ ଡୁବୁଲି ଛକ ଠାରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆନ୍ଦୋଳନର ସାତ ଦିନ ବିତିଯାଇଥିଲେ ସୁଦ୍ଧା କୈାଣସି ବାଟ ବାହାରି ନଥିବା ସେମାନେ ରାସ୍ତାରୋକ କରିଥିଲେ । ଶହ ଶହ ଯାନବାହନ ଯାତାୟତ ଠପ ହୋଇଥିଲ।। ଏନେଇ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ସେଠାକୁ ଆସି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଅନ୍ଦୋଳନ ଜାରୀ ରଖିଥିଲେ । ଯାହାଫଳରେ ପୋଲିସ ପକ୍ଷରୁ ସେମାନଙ୍କୁ ଗିରଫ୍ କରାଯାଇଥିଲା । ପରବର୍ତ୍ତୀ ସମୟରେ ଥାନା ରୁ ବେଲରେ ଆସିଥିଲେ ।