ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆଠାରେ ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ, (ତାପସଦାସ):ରାଜ୍ୟ ପାଳୁଛି ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ଏହି ଅବସରରେ ଢେ଼ଙ୍କାନାଳ ସହରସ୍ଥିତ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆଠାରେ ଜିଲ୍ଲା ପକ୍ଷରୁ ମଧ୍ୟ ଏହାକୁ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଯୋଗଦେଇ ଯୋଗଦେଇ ଥିଲାବେଳେ ଜିଲ୍ଲାସ୍ତରୀୟ ସମସ୍ତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ କ୍ଷେତ୍ରରେ ଭଲକାମ କରିଥିବା ଜିଲ୍ଲାର ୬ଜଣ ପୋଲିସ ମାନଙ୍କୁ ମାନପତ୍ର ସହିତ ନଗଦ ଅର୍ଥ ରାଶି ଏସପିଙ୍କ ଦ୍ଵାରା ପ୍ରଦାନ କରାଯାଇ ସମ୍ବୋର୍ଦ୍ଧିତ କରାଯାଇଛି । ସେମାନେ ହେଲେ ଏସ ଆଇ ଚନ୍ଦ୍ରକାନ୍ତ ସେଠୀ,ଏ ଏସ ଆଇ ଶ୍ରୀକୃଷ୍ଣ ଭୋଇ,ହାବିଲଦାର ବିପିନ ବିହାରୀ ସିଂ,କନେଷ୍ଟବଳ ବେଣୁଧର ସିଂ,ମନୋଜ କୁମାର ବେହେରା ଓ ଟ୍ରାଫିକ କନେଷ୍ଟବଳ ସନ୍ତୋଷ କୁମାର ବିରୋଇ ପୁରସ୍କୃତ ହୋଇ ଖୁସି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ