ସ୍ଥାପିତ ନୂତନ ଧାନ ମିଲ୍ କୁ ବିରୋଧ, ଆନ୍ଦୋଳନ ଚେତାବନୀ

ନିମାପଡ଼ା, ( ସନ୍ତୋଷ ଦାଶ) :ପୁରୀ ଜିଲ୍ଲା ନିମାପଡା ବ୍ଳକ କଳାପାଞ୍ଚଣ ପଞ୍ଚାୟତ ର ଷଣ୍ଢପୁର ଠାରେ ନିର୍ମାଣ ହେଉଥିବା ନୂତନ ଧାନ ମିଲ୍ ସେଲର କୁ ବନ୍ଦ କରିବା ଲାଗି ସ୍ଥାନୀୟ ବାସିନ୍ଦା ନିମାପଡା ତହସିଲଦାର ଙ୍କ ନିକଟରେ ଦାବି କରିଛନ୍ତି । ଯେଉଁ ଜାଗାରେ ନୂତନ ଧାନ ମିଲ୍ ହେବାକୁ ଯାଉଛି ସେହି ଜାଗାର ପଚାଶ ମିଟିର ଦୂରରେ ଏକ ସ୍କୁଲ ଥିବା ବେଳେ ତିରିଶ ଦଳିତ ପରିବାର ମଧ୍ୟ ବସବାସ କରୁଛନ୍ତି | ଯଦି ଏହି ଜାଗାରେ ନୂତନ ଧାନ ମିଲ୍ କରାଯାଏ, ସେଥିରୁ ନିର୍ଗତ ଧୂଆଁରେ ପରିବେଶ ପ୍ରଦୂଷଣ ହେବା ସହ ସ୍କୁଲ ରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ଉପରେ ଖରାପ ପ୍ରଭାବ ପଡିବ ବୋଲି ଗ୍ରାମର ବଂଶୀଧର ନାୟକ, ଗଣେଶ ନାୟକ, ବିଶ୍ୱଜିତ ଘଡେ଼ଇ, ମନୋଜ ନାୟକ, ବିଷ୍ଣୁ ପ୍ରସାଦ ଘଡେ଼ଇ ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଧାନ ମିଲ ସେଲର କାର୍ଯ୍ୟକ୍ଷମ ହେଲେ ସେଥିରୁ ନିର୍ଗତ ଧୂଆଁ, ଧୂଳି, ଓ ଅନ୍ୟାନ୍ୟ ବର୍ଜ୍ୟ ବସ୍ତୁ ଦୂଷିତ ଜଳ ଓ ଦ୍ରବ୍ୟ ପରିବେଶ କୁ ଦୂଷିତ କରିବା ସହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ତେଣୁ ଉକ୍ତ ମିଲ କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନିମନ୍ତେ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏହାର ବିଚାର କରାନଗଲେ ଦଳିତ ପରିବାର ବାଧ୍ୟ ହୋଇ ରାଜ ରାସ୍ତା କୁ ଓହ୍ଲାଇବେ ଓ ଆନ୍ଦୋଳନ କରିବେ ବୋଲି ଲିଖିତ ଭାବେ ପ୍ରଶାସନ କୁ ଜଣାଇ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ