ସ୍ଥାୟୀ ଜୀବିକା ନିର୍ବାହ ପାଇଁ ପାରଂମ୍ପାରିକ ‘ଢୋକ୍ରା’ କଳାକୃତିକୁ ପୁର୍ନଜୀବିତ କରୁଛି ବେଦାନ୍ତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତର ଅଗ୍ରଣୀଆଲୁମିନିୟମ ଓ ମୂଲ୍ୟଯୁକ୍ତଉତ୍ପାଦ ନିର୍ମାତାବେଦାନ୍ତ ଆଲୁମିନିୟମପାରଂପାରିକଢୋକ୍ରା, ମୁରାଲ ଓ ଆଦିବାସୀ ଚିତ୍ରକଳାକୁ ପ୍ରୋତ୍ସାହିତକରିବା ପାଇଁ ପଦକ୍ଷେପ ଗ୍ରହଣକରିଛି । ୧୫ ଏପ୍ରିଲ ୨୦୨୧ ବିଶ୍ୱସ୍ôାସ୍ଥ୍ୟ ଦିବସ ଅବସରରେ ଓଡ଼ିଶାର ଲାଞ୍ଜିଗଡ଼ରେ ପ୍ରାଚୀନ ସିନ୍ଧୁସଭ୍ୟତାର ମୌଳିକ ସୁନ୍ଦର କଳାକୃତି ଢୋକ୍ରାଶିଳ୍ପର କାରିଗର ମାନଙ୍କ ପାଇଁ ଏକ ଆଡଭାନସ ପ୍ରଡକ୍ ଟଡିଜାଇନ ଟ୍ରେନିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏହି ଅଂଚଳରେ ସ୍ଥାୟୀଜୀବୀକା ଅର୍ଜନ ଉଦ୍ଦେଶ୍ୟରେ କାରୀଗରମାନଙ୍କୁ ଉତ୍ସାହିତକରିବା ପାଇଁକମ୍ପାନୀ ପକ୍ଷରୁ ମଧ୍ୟ ଏକ ପ୍ରଦର୍ଶନୀ ସହ ଆଦିବାସୀ କଳାସଂସ୍କୃତି ଉପରେ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଅଜୟ କପୁର, ସିଇଓ- ଆଲୁମିନିୟମ ଓ ପାୱାର ବିଜ୍୍ନେସ୍ ତଥା ପରିଚାଳନା ନିର୍ଦ୍ଦେଶକ- କମର୍ସିଆଲ ବେଦାନ୍ତ ଲିଃ କହିଛନ୍ତିଯେ, ଏହି ସାଂସ୍କୃତି କକଳାକୃତି ଆମରାଷ୍ଟ୍ରର ଐତିହ୍ୟ । ସ୍ୱଦେଶୀ କଳାକୃତିକୁ ପ୍ରୋତ୍ସାହନ ଯୋଗାଇବା ସହ ଗ୍ରାଂମାଚଳର କାରିଗର ମାନଙ୍କ ଠାରେ ରହିଥିବା ପ୍ରତିଭାର ବିକାଶ ପାଇଁ ଆମକୁ ଯତ୍ନ ନେବାକୁହେବ । ବେଦାନ୍ତ ସବୁବେଳେ ଏହାର ଆଖପାଖ ପରିସରରେ ରହିଥିବା ଗୋଷ୍ଠୀମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ସବୁ ବେଳେ ଚେଷ୍ଟା କରିଆସୁଛି । କନ୍କେରୀର ଢ଼ୋକ୍ରା କାରିଗରମାନଙ୍କ ପାଇଁ ଆମର ଏହି ପ୍ରଚେଷ୍ଟା ସେମାନଙ୍କ ପାଇଁ ଏକ ନୂତନ ମାର୍କେଟ ସୃଷ୍ଟିକରିବ । ଫଳ ସ୍ୱରୂପ ଅଧିକ ବ୍ୟବସାୟ ହେବା ସହିତ ଘରୋଇ ଆୟ ବୃଦ୍ଧି ପାଇବ । ଆଜି ଆମେ ଏହି ପ୍ରକୃତିଦତ କାରିଗର ମାନଙ୍କର ଦକ୍ଷତାବୃଦ୍ଧି ପାଇଁ ସହାୟତା ଯୋଗାଇବୁ ଓ ସେମାନଙ୍କ କଳାକୃତି ଗୁଡ଼ିକୁ ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ପ୍ଲାଟଫର୍ମରେ ସ୍ୱୀକୃତି ଦେବା ପାଇଁ ପ୍ରୋତ୍ସାହିତ କରିବୁ । କନ୍କେରୀ ଗ୍ରାମଟି ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗଭୀର ଅରଣ୍ୟ ମଧ୍ୟରେ ଅବସ୍ଥିତ । ଏଠାରେ ଧାତୁରେ ପ୍ରସ୍ତୁତ ଢ଼ୋକ୍ରା କଳା କୃତି ନିର୍ମାଣ କରୁଥିବା ଦକ୍ଷ କାରିଗର ମାନେ ରହିଛନ୍ତି, ଓ ସେମାନେ ଭାରତରେ ପ୍ରାୟ ୪୦୦୦ ବର୍ଷ ପ୍ରାଚୀନ ଢୋକ୍ରା ପରଂପରାକୁ ଉଜ୍ଜୀବିତ କରିରଖିଛନ୍ତି । ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଏହି କାର୍ଯ୍ୟକୁ ଜାରୀ ରଖିଛନ୍ତିି । କେବଳ ଆଖପାଖ ଗ୍ରାମ ଓ ବଜାରରେ ବିକ୍ରି ବ୍ୟତୀତ କଳାକୃତି ଗୁଡ଼ିକର ଅଧିକ ପ୍ରସାର ହେବା ସମ୍ଭାବନା ସେମାନଙ୍କ ପାଇଁ କମ୍ ରହୁଛି । କନ୍କେରୀ ଗ୍ରାମର ଏହି ସବୁ ସମ୍ଭାବ୍ୟ କାରିଗରମାନଙ୍କର ଢ଼ୋକ୍ରା କଳା କୃତିକୁ ଅଧିକ ପ୍ରସାରିତ କରିବା ଓ କାରିଗର ମାନଙ୍କୁ ଦକ୍ଷ କରାଇବା ନିମନ୍ତେ ବେଦାନ୍ତ ପକ୍ଷରୁ ପାରମ୍ପରିକ ଡ଼ିଜାଇନ ଟ୍ରେଣ୍ଡଉପରେ ଏକ ପେଷାଦାରୀ ତାଲିମ୍ ଆୟୋଜନ କରାଯାଉଛି ଓ କଳାକୃତି ଗୁଡ଼ିକୁ ବାଣିଜ୍ୟିକ ମାନ୍ୟତା ପ୍ରଦାନ କରିବଜାର ମୂଲ୍ୟ ବୃଦ୍ଧି ପାଇଁ ସଂସ୍ଥା ପକ୍ଷରୁ ଯତ୍ନ ନିଆଯିବ । ଧାତୁ ଓ ଅନ୍ୟାନ୍ୟ କଂଚା ମାଲ୍କ୍ରୟ ପାଇଁ କମ୍ପାନୀ ପକ୍ଷରୁ ମୂଳ ପୁଞ୍ଜି ଯୋଗାଇ ଦିଆଯିବ ଓ ସେମାନଙ୍କ ହସ୍ତଶିଳ୍ପଗୁଡ଼ିକର ଉତମମୂଲ୍ୟ ପାଇବା ପାଇଁ ସେମାନଙ୍କ ନିମନ୍ତେ ପ୍ରଥମ ଥର କରି ପ୍ରଦର୍ଶନୀର ଆୟୋଜନ କରାଯିବ । ପ୍ରାରମ୍ଭିକ ଏହି ପ୍ରୟାସଟି ସଫଳହେବା ପରେ, ବେଦାନ୍ତ କାରିଗର ଗୋଷ୍ଠୀମାନଙ୍କୁ ଏକ କଂଚାମାଲ୍ ବ୍ୟାଙ୍କ ସୃଷ୍ଟିକରିବାରେ ସହାୟତା କରିବ ଯଦ୍ୱାରା ସେମାନେ ନିଜକାର୍ଯ୍ୟକୁ ସ୍ୱଚ୍ଛନ୍ଦରେ କରିପାରିବେ । ଏଥିପାଇଁ ଏକ ସେଲ୍ଫ ହେଲ୍ପ ଗ୍ରୁପ୍ବ୍ୟାଙ୍କ ଆକାଉଂଟ ଖୋଲାଯିବ, ଯେଉଁଥିରେ କାରିଗର ମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପ୍ରତ୍ୟେକ ଗୃହକୁ ଗୋଟିଏ ବ୍ୟାଙ୍କ ଆକାଉଂଟ ଖୋଲିବା ପାଇଁ ସୁଯୋଗ ଦିଆଯିବ, ଯେଉଁଥିରେ ସେମାନେ କଷ୍ଟ ଉପାର୍ଜିତ ଅର୍ଥକୁ ସଂଚୟ କରିପାରିବେ ଏବଂ ସେମାନଙ୍କ ଜମାଉପରେ ସୁଧ ଅର୍ଜନ କରିପାରିବେ । ଓଡ଼ିଶା ସରକାରଙ୍କ ସହଯୋଗରେ କାରିଗରମାନଙ୍କୁ ଏକ କାରିଗର କାର୍ଡ଼ ପ୍ରଦାନ କରାଯିବ, ଯଦ୍ୱାରା କନ୍କେରୀ ଗ୍ରାମର କାରିଗର ମାନେ ନିଜର ସ୍ୱୀକୃତି ପାଇବେ ଓ ସରକାରୀସ୍ତରୀୟ ପ୍ରଦର୍ଶନୀଗୁଡ଼ିକରେ ଅଂଶଗ୍ରହଣ, ସାମଗ୍ରୀର ପ୍ରଦର୍ଶନ ଓ ସେମାନଙ୍କ କାର୍ଯ୍ୟକୁ ବାଣିଜ୍ୟ ଅଭିମୁଖୀ କରିପାରିବେ । କନ୍କେରୀଗ୍ ରାମର ଜଣେ ଢ଼ୋକ୍ରା କାରିଗର କୈଳାଶ କଂସାରୀ କହିଛନ୍ତି ଯେ କିଛିବର୍ଷ ଧରି ଆମର ଲୋକମାନେ ଢ଼ୋକ୍ରା କାରିଗରୀ ଶିଳ୍ପ ସହିତ ଜଡ଼ିତ ଅଛନ୍ତି, ଏହି ଟ୍ରେଡ଼୍ରେ ସେମାନଙ୍କୁ ଦକ୍ଷ, କୁଶଳୀ କରାଇବା ପାଇଁ ବେଦାନ୍ତ ପକ୍ଷରୁ ବିଭିନ୍ନ ତାଲିମ୍ ବ୍ୟବସ୍ଥା ରଖାଯାଇଛି । ପୂର୍ବରୁ ଆମର ଦକ୍ଷତା ସେତେ ଉନ୍ନତ ନଥିଲା କିନ୍ତୁ ବେଦାନ୍ତ ସହାୟତାରେ ବର୍ତମାନ ଆମେ ଏବିଷୟରେ ଉନ୍ନତ ଜ୍ଞାନ କୌଶଳ ଆହରଣ କରିପାରିଛୁ ଏବଂ ଆମ ଦକ୍ଷତାର ବିକାଶ କରିପାରିଛୁ । ଏଥିପାଇଁ କମ୍ପାନୀକୁ ବହୁତ ଧନ୍ୟବାଦ । ଆମେ ସ୍ୱହସ୍ତରେ ହୃଦୟର ସହ ଏହି ସୁନ୍ଦର କଳାକୃତିକୁ ଅଧିକ ପ୍ରାଣବନ୍ତ କରିବାକୁ ଚେଷ୍ଟାକରିବୁ । ଛତିଶଗଡ଼ରେ ବେଦାନ୍ତ ଗ୍ରାଂମାଚଳର ମହିଳାମାନଙ୍କୁ ଝୋଟି ଚିତ୍ରକଳା କୌଶଳରେ ଉନ୍ନତି ଆଣିବା ପାଇଁକାର୍ଯ୍ୟ କରୁଛି, ଝୋଟି ଚିତ୍ର କଳା କୌଶଳ ଯାହାକି ଛତିଶଗଡ଼଼ର ଅନ୍ୟତମ ମାର୍ମିକ ଚିତ୍ରକଳା ।ଏଥିରେ ଆଦିବାସୀ ଜନ ଜୀବନର କଳା, ପରମ୍ପଦା ଏବଂ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ । ଏହି ସବୁ ଚିତ୍ର କଳା ଗୁଡ଼ିକରେ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଆଦିବାସୀ ଜନ ଜୀବନର ସମୃଦ୍ଧ ପରମ୍ପରା ରହିଛି । ବେଦାନ୍ତର ସହାୟକ ଭାରତ ଆଲୁମିନିୟମ କମ୍ପାନୀ (ବାଲ୍କୋ) ଭାରତର ଆଇକନିକ୍ ଆଲୁମିନିୟମ ନିର୍ମାତା, ବେଦାନ୍ତର ନାରୀ ଶକ୍ତି କେନ୍ଦ୍ର ନିକଟବର୍ତୀ ଗ୍ରାମ ଡୋଣ୍ଡ୍ରୋରେ ଏକ ତାଲିମ ଓ ବିକାଶମୂଳକ ପଦକ୍ଷେପ ଗ୍ରହଣକରିଛି । କୌଶଳ ଠାରୁ ଆରମ୍ଭ କରିମାର୍କେଟ ଲିଙ୍କେଜ୍ ପର୍ଯ୍ୟନ୍ତ, ବାଲ୍କୋ ସ୍ଥାନୀୟ ମହିଳାମାନଙ୍କର ଉଦ୍ୟୋଗକୁ ଆଗକୁ ନେବାରେ ସହାୟତା ଜାରୀରଖିଛି । ବେଦାନ୍ତ ଆଲୁମିନିୟମ ଓ ପାୱାର ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏ କି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ବାତା ପ୍ରାୟତଃ ଏହାଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ କିମ୍ବା ଆର୍ଥିକବର୍ଷ ୨୦ ରେ ୧.୯ ନିୟୁତଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବାସଂସ୍ଥା । ଏହା ମଧ୍ୟ ଦେଶର ସର୍ବବୃହତ ଘରୋଇ ଶକ୍ତି ଉତ୍ପାଦନକାରୀ ସଂସ୍ଥା ମଧ୍ୟରୁ ଅନ୍ୟତମ । ବାଲ୍କୋ ହେଉଛି ବେଦାନ୍ତର ଆଲୁମିିନିୟମ ଓ ପାୱାର ବ୍ୟବସାୟର ଏକ ଅଂଶ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବ ବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନାରିଫାଇନାରୀ କାର୍ଯ୍ୟକରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣକରୁଛି ।