ସ୍ଥାୟୀ ନିଯୁକ୍ତି ଦାବିରେ ସମନ୍ୱୟ ସମିତି ସହଯୋଗରେ ଆନେ୍ଦାଳନକୁ ଓହ୍ଲାଇବ ନିଖିଳ ଓଡିଶା ଲେଡିମାଟ୍ରୋନ ମହାସଂଘ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ରବିବାର ଦିନ ମଣ୍ଡୁଆସ୍ଥିତ ଯାନ୍ତ୍ରିକ ଭବନ ସଭାଗୃହରେ ନିଖିଳ ଓଡିଶା ଲେଡିମାଟ୍ରୋନ ମହାସଂଘ, କେନ୍ଦୁଝର ଜିଲ୍ଲା ଶାଖାର ଏକ ଜରୁରୀ ସାଧାରଣ ସଭା ଝରଣା ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ରାଜ୍ୟ ସାଧାରଣ ସଂପାଦକ ସୁଜିତ କୁମାର ନାୟକ,କେନ୍ଦୁଝର ଜିଲ୍ଲା ଶାଖାର ସଭାପତି ହରେକୃଷ୍ଣ ବେଜ ଓ ସଂପାଦକ ପବିତ୍ର ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିବାବେଳେ ସଂଘର ଅନ୍ୟ କର୍ମକର୍ତ୍ତାଗଣ ଉପସ୍ଥିତ ରହି ନିଜ ନିଜର ମତ ରଖିବା ସହିତ ସଂଘର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସଂଘର ଜିଲ୍ଲା ସଂପାଦକ ପୁଷ୍ପଲତା ମହାନ୍ତ ସମ୍ମାନନୀୟ ସଭାପତି ବାସନ୍ତୀ ସୋରେନଙ୍କ ଦେହାନ୍ତ ହୋଇଥିବା କଥା ଉପସ୍ଥିତ ମେଟ୍ରୋନ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ମେଟ୍ରୋନ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରି କହିଲେ ଯେ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବୀ ଉପସ୍ଥାପନା କରାଯାଉଥିବାବେଳେ ରାଜ୍ୟ ସରକାର ମହିଳା ମେଟ୍ରୋନ ମାନଙ୍କୁ ନିୟମିତ କରୁନାହାନ୍ତି । ବର୍ତ୍ତମାନ ସରକାର ମହିଳାମାନଙ୍କ ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ କରୁଥିବାବେଳେ ମାନ୍ୟବର ଲୋକପି୍ରୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ବିଭିନ୍ନ ଜିଲ୍ଲାରେ ଥିବା ହଷ୍ଟେଲରେ ୨୪ ଘଣ୍ଟା କାର୍ଯ୍ୟରତ ଲେଡିମାଟ୍ରୋନ ମାନଙ୍କ ଦୁଃଖ ବୁଝନ୍ତୁ ଓ ସେମାନଙ୍କ ଚାକିରୀର ସର୍ତ୍ତାବଳୀ ପ୍ରସ୍ତୁତ କରି ସମସ୍ତଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରନ୍ତୁ । ଆଗାମୀ ଦିନରେ ସଂଘ କିପରି ତାର ସାଂଗଠନିକ ସ୍ଥିତି ମଜବୁତ ରଖିବ ଏବଂ ମେଟ୍ରୋନ ମାନଙ୍କ ବିଭିନ୍ନ ସମସ୍ୟା କିପରି ସମାଧାନ କରାଯିବ ସେଥିପାଇଁ ଆମକୁ ଅକ୍ଳାନ୍ତ ପରିଶ୍ରମ କରାଯିବା ସହିତ ସଂଘକୁ ମଜବୁତ ପାଇଁ ଯୋଗଦାନ କରିଥିବା ସମ୍ମାନୀତ ଅତିଥି ଆହ୍ୱାନ ଦେଇଥିଲେ ଏବଂ ସଭାରେ ଉପସ୍ଥିତ ଥିବା ମେଟ୍ରୋନ ମାନେ ସଂଘକୁ ମଜବୁତ ନିମନ୍ତେ ସବୁ ପ୍ରକାର ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ । କେନ୍ଦୁଝର ଜିଲ୍ଲା ଶାଖା ସାଂଗଠନିକ ସମସ୍ୟାକୁ ଦୃଷ୍ଟିରେ ରଖି ସଂଘକୁ ମଜବୁତ କରିବା ପାଇଁ ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ଚୟନ କମିଟି ଗଠନ କରାଗଲା ଏବଂ ଚୟନ କମିଟିର ପ୍ରସ୍ତାବ ଅନୁଯାୟୀ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଗଲା । ମୁଖ୍ୟ ଉପଦେଷ୍ଟା ଭାବେ ସମନ୍ୱୟ ସମିତି ଜିଲ୍ଲା ଶାଖା ସଭାପତି ହରେବୃଷ୍ଣ ବେଜ,ଉପଦେଷ୍ଟା ଝରଣା ମହାନ୍ତ,ପବିତ୍ର ପାତ୍ର,ସଭାପତି ଯଶୋବନ୍ତି ମହାନ୍ତ,ସଂପାଦକ ପୁଷ୍ପଲତା ମହାନ୍ତ,କାର୍ଯ୍ୟକାରୀ ସଭାପତି ଭୁଲତା ପାତ୍ର,ଉପସଭାପତି ଗୀତାରାଣୀ ମହାନ୍ତ, ସହ ସଂପାଦକ ମନୋରମା ମହାନ୍ତ,ସଦର ମହକୁମା ସଂପାଦକ ଭାରତୀ ମହାନ୍ତ,ସଂଗଠନ ସଂପାଦକ ଭବାନୀ ମହାନ୍ତ,ଟ୍ରେଜରର୍ ମାଧବୀଲତା ମହାନ୍ତ,ସମୀକ୍ଷକ ତପସ୍ୱିନୀ ସେଠୀ,ପରିଚାଳନା ପରିଷଦ ଦୂତିଲତା ମହାନ୍ତ,ବିଦ୍ୟାବତୀ ବୈଦ୍ୟ,ସବିତା ଲାଗୁରୀ,ଯମୁନା ସାମନ୍ତ । ଗତ ତା ୧୪.୧୦.୨୦୨୪ ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର ପିଏମ୍ଜି ଭୁବନେଶ୍ୱରଠାରେ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି, ଅଶୋକ ନଗର ଭୁବନେଶ୍ୱରଙ୍କ ସହଯୋଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଭାଗୀୟ ସଚିବଙ୍କ ହସ୍ତକ୍ଷେପ ଯୋଗୁଁ ତା ୧୫.୧୦.୨୦୨୪ ରିଖରେ ଧାରଣା ସ୍ଥଗିତ ରଖାଯାଇଥିଲା କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରାଯାଇଥିଲା । ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ପୁନର୍ବାର ରାଜ୍ୟ ସରକାରଙ୍କୁ ନିବେଦନ ଏକମାତ୍ର ନ୍ୟାର୍ଯ୍ୟ ଦାବୀ ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ପୂରଣ ନକଲେ ସଂଘ ବାଧ୍ୟ ହୋଇ ନିଜର ପେଟପାଟଣା ପାଇଁ ଆସନ୍ତା ଡିସେମ୍ବର ୨୪ ତାରିଖରେ ସମନ୍ୱୟ ସମିତି ସହଯୋଗରେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ।