ସ୍ଥାୟୀ ନିଯୁକ୍ତି ଦାବି ନେଇ ଟାଟା ବିସ୍ଥାପିତ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ
ଛତ୍ରପୁର,(ଦେବଦତ୍ତ ମହାରଣା): ଟାଟା କମ୍ପାନୀରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସମେତ ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଥିବା ଟାଟା ବିସ୍ଥାପିତ ଛାତ୍ରଛାତ୍ରୀଙ୍କ ଧାରଣା ଆଜି ତୃତୀୟ ଦିନରେ ପହଂଚିଛି । ଏ ନେଇ ପୂର୍ବରୁ ଗତ ୧୧ ତାରିଖ ଦିନ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯିବାର ୭ ଦିନ ବିତିଯାଇଥିଲେ ସୁଦ୍ଧା ସେମାନଙ୍କ ଦାବିଗୁଡ଼ିକ ପୂରଣ ନହୋଇଥିବାରୁ ଗତ ୧୮ ତାରିଖ ଦିନ ସ୍ଥାୟୀ ନିଯୁକ୍ତି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ହେଲେ ମଧ୍ୟ ସେମାନଙ୍କ ଗୁହାରି କେହି ବୁଝୁନାହାନ୍ତି । ତେଣୁ ଜାନୁଆରୀ ୨୩ ତାରିଖ ଦିନ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପରିବାର ସହ ମିଶି ବ୍ରହ୍ମପୁର ସହରରେ ପଦଯାତ୍ରା ମାଧ୍ୟମରେ ଆରଡିସିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ଶିବସେନା ଟାଟା ଯୁବମୋର୍ଚ୍ଚାର ସଭାପତି ପି.ତୁଳସୟା ରେଡ୍ଡି ଓ ଶିବସେନା ରାଜ୍ୟ ମହାମନ୍ତ୍ରୀ ପି.ତୁଳସୟା ରେଡ୍ଡି ପ୍ରେସ ବିବୃତି ଜରିଆରେ ସୂଚନା ଦେଇଛନ୍ତି ।