ସ୍ଥାୟୀ ନିଯୁକ୍ତି ଦାବୀ ରେ ଆଉଟସୋର୍ସିଙ୍ଗ ପୌର କର୍ମଚାରୀ ସଙ୍ଘ ବୈଠକ

ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ବହୁଦିନ ଧରି ରାଜ୍ୟ ର ବିଭିନ୍ନ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳପରିଷଦ ପରିଷଦ ମାନଙ୍କ ରେ କାର୍ଯ୍ୟରତ ଚତୁର୍ଥଶ୍ରେଣୀ କର୍ମଚାରୀ ମାନେ କରୋନା ଭଳି ମହାମାରୀ ସମୟ ରେ ମଧ୍ୟ ନିଜ ଜୀବନ କୁ ବାଜି ଲଗାଇ ସ୍ୱଳ୍ପ ଦରମା ରେ ନାନାଦି ଅସୁବିଧା ରେ କାର୍ଯ୍ୟକରି ଆସୁଥିବା ବେଳେ, ବର୍ତମାନ ର ବଜାରଦର ଅନୁସାରେ ପ୍ରାପ୍ୟ ପାଇବା ତ ଦୂରର କଥା କିନ୍ତୁ ବିଭିନ୍ନ ସର୍ଭିସପ୍ରୋଭାଇଡ଼ର ମାଧ୍ୟମ ରେ ନିଯୁକ୍ତି ହୋଇଥିବାରୁ ସେମାନଙ୍କ ର ଚାକିରୀ ର ସୁରକ୍ଷା ରହୁନି ଓ ବାରମ୍ବାର ଛଟେଇ ହେଉଛନ୍ତି I କିନ୍ତୁ ସରକାର ନିକଟ ଅତୀତ ରେ କେବଳ ଅଳ୍ପ ସଂଖ୍ୟକ ଠିକା କର୍ମଚାରୀ ମାନଙ୍କୁ ନିୟମିତ କରିଦେଇ, ରାଜ୍ୟ ର ଲକ୍ଷାଧିକ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ରାଜରାସ୍ତା ରେ ଛାଡି ଦେଇଛନ୍ତି I ଏହିପରିପ୍ରେକ୍ଷୀ ରେ ରାଜ୍ୟ ରେ ମୁଣ୍ଡ ଟେକିଥିବା କର୍ମଚାରୀ ଆନ୍ଦୋଳନ ଆସନ୍ତା ୨୬ ନଭେମ୍ବର ଭୁବନେଶ୍ୱର ରେ ୪୧ ଟି ବିଭାଗ ର ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ସମବେତ ହେବେ Iଏହାକୁ ନେଇ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟରତ ଚତୁର୍ଥଶ୍ରେଣୀ କର୍ମଚାରୀ ମାନେ ଏକ ସାଙ୍ଗଠନିକ ବୈଠକ ମାଧ୍ୟମ ରେ ଆନ୍ଦୋଳନ ରେ ଯୋଗଦେବା ପାଇଁ ନିଷ୍ପତି ନେଇଛନ୍ତି I ପୌର କର୍ମଚାରୀ ସଙ୍ଘ ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ ପରିଛା ଙ୍କ ଆବାହକତ୍ୱ ରେ ଆୟୋଜିତ ବୈଠକ ରେ ଜିଲ୍ଲା ଆଉଟସୋର୍ସିଙ୍ଗ ଜିଲ୍ଲା ପୌର କର୍ମଚାରି ସଭାପତି -ପ୍ରଶାନ୍ତ ପାରିଛା, ପିଣ୍ଟୁ ନାୟକ, ଅରକ୍ଷିତ ନାୟକ, ବାବୁଲି ନାୟକ, ମଙ୍ଗୁଲୁ ନାୟକ, ସନ୍ତୋଷ ନାୟକ,ଉତ୍ତମ ନାୟକ,ମାନିନୀ ନାୟକ, ନୟନୀ ନାୟକ, ରୁନୁ ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ