ସ୍ଥାୟୀ ମନ୍ଦିରକୁ ଫେରିଯିବେ ମା’
ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରାରେ ମାଁ ସାଆନ୍ତାଣି ସୋମବାର ବିଳମ୍ବିତ ରାତିରେ ଯାତ୍ରା ସାରି ନିଜ ସ୍ଥାୟୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଏଥିପାଇଁ ଯାତ୍ରା ପରିଚାଳକ ପି. ଦୁର୍ଗା ପ୍ରସାଦ ଦେଶୀ ବେହେରାଙ୍କ ପରିବାର ଓ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବର୍ତ୍ତମାନ ରାତ୍ର ୯ଟା ପରେ କର୍ଫ୍ୟୁ ଜାରି ହୋଇଥିବା ଯୋଗୁଁ ଏହି କର୍ଫ୍ୟୁ କଟକଣା ମଧ୍ୟରେ ମାଁ ଫେରିବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଯାତ୍ରାରେ ୨ ପୂଜକଙ୍କ କରୋନା ଆକ୍ରାନ୍ତ ଫଳରେ ମାଁଙ୍କ ଦର୍ଶନ ଭକ୍ତ ମାନଙ୍କପାଇଁ ସମ୍ପ୍ରୁୁର୍ଣ୍ଣ ବନ୍ଦ ରହିଥିଲା । ମାଁ ଯାତ୍ରା ସାରି ଫେରିବା ସମୟରେ ମଧ୍ୟ ବିନା ଭକ୍ତରେ ନିଜ ମନ୍ଦିରକୁ ଫେରିଛନ୍ତି । ଅନ୍ତିମ ଦିବସରେ ମାଁଙ୍କ ଦର୍ଶନ କରିବା ପାଇଁ କିଛି ଭକ୍ତଙ୍କ ସମାଗମ ଲାଗି ରହିଥିଲା । ଭକ୍ତମାନେ ମାଁଙ୍କ ଦର୍ଶନ କରିପାରିଥିଲେ ମଧ୍ୟ ଦୂରରୁ ଥାଇ ମାଁଙ୍କୁ ପୂଜାର୍ଚ୍ଚନା କରିଥିଲେ । ରବିବାର ରାତ୍ର ସମୟରେ ମଧ୍ୟ ବହୁ ଭକ୍ତ ଓ ଛୋଟ ଛୋଟ ମାନସିକଧାରୀ ଶିଶୁମାନେ ଏଠାରେ ଦୂରରୁ ମାଁଙ୍କୁ ମୁଣ୍ଡିଆ ମାରି ପୂଜାର୍ଚ୍ଚନା କରିଥିଲେ ।


