ସ୍ଥାୟୀ ସଂସ୍କୃତି ଅଧିକାରୀ ଓ କଳାକାର ଭତ୍ତା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାରେ ସ୍ଥାୟୀ ଜିଲ୍ଲା ସଂସ୍କୃତି ଅଧିକାରୀ ନିଯୁକ୍ତି ଏବଂ ପ୍ରତ୍ୟେକ ମାସରେ କଳାକାର ଭତ୍ତା ପ୍ରଦାନ ଦାବିରେ ଜିଲ୍ଲା କଳା ସଂସ୍କୃତି ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ସୋମବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ ୧୯୯୫ମସିହା ଠାରୁ କେନ୍ଦ୍ରାପଡା ଜିଲ୍ଲାରେ କୈାଣସି ସ୍ଥାୟୀ ଜିଲ୍ଲା ସଂସ୍କୃତି ଅଧିକାରୀ ନାହାନ୍ତି । ଫଳରେ ଜିଲ୍ଲା ସଂସ୍କୃତି ବିଭାଗର କାର୍ଯ୍ୟ ସଠିକ ଭାବରେ ଓ ନିର୍ଦ୍ଦିଷ୍ଟ ସମୟରେ ହୋଇପାରୁନାହିଁ । ଏତଦ ବ୍ୟତିତ ଏହି ଜିଲ୍ଲାରେ ୧୫୭୯ଜଣ କଳାକାର ଭତ୍ତା ପାଉଥିବା ବେଳେ ସେମାନଙ୍କ ମଧ୍ୟରେ ୮୦ଭାଗ ବୟୋଜ୍ୟେଷ୍ଠ କଳାକାର ଅଛନ୍ତି । ଆଜକୁ ୭ମାସ ହେବ ସେହି କଳାକାରମାନେ ଭତ୍ତା ନପାଇ ବହୁ ଅସୁବିଧାରେ କାଳାତିପାତ କରୁଛନ୍ତି । ଏମିତିକି ଔଷଧ ଖାଇବା ପାଇଁ ସେମାନେ ବାରଦୁଆର ସୁଣ୍ଢିପିଣ୍ଡା ହେଉଥିବା ସଙ୍ଘ ଅଭିଯୋଗ କରିଛି । ତେଣୁ ପ୍ରତ୍ୟେକ ମାସର ୨୫ତାରିଖରେ କଳାକାରମାନଙ୍କୁ ଭତ୍ତା ପ୍ରଦାନ କରାଯିବାକୁ ସଙ୍ଘ ଦାବି କରିଛି । ଜିଲ୍ଲାରେ ଜଣେ ସ୍ଥାୟୀ ସଂସ୍କୃତି ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ସଂସ୍କୃତି ବିଭାଗ ନିର୍ଦେଶକଙ୍କୁ ଜିଲ୍ଲାପାଳ ସୁପାରିଶ କରିବାକୁ ସଙ୍ଘ ଦାବି କରିଛି । ଜିଲ୍ଲା କଳା ସଂସ୍କୃତି ସଙ୍ଘର ସଭାପତି ଗଗନବିହାରୀ ସିଂହଙ୍କ ନେତୃତ୍ୱରେ କ୍ଷୀରୋଦ କୁମାର ନାଥ, ଅଭୟ କୁମାର ଶତପଥୀ, ମାଧବାନନ୍ଦ ଦାଶ, କାର୍ତ୍ତିକ ଦାସ, ବାବାଜୀ ଚରଣ ସେଠୀ, ଶାରଦା ପ୍ରସନ୍ନ ନାଥ, ଗୋପିନାଥ ରଣା, ହିମାଂଶୁ କର, ସରୋଜକାନ୍ତ ପରିଡା, କୈଳାସ ଚନ୍ଦ୍ର ଗୋଛାୟତ, ତ୍ରିଲୋଚନ ବେହେରା, ଅଜୟ ପ୍ରଧାନ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ