ସ୍ଥିତିବାନ ଇଜିମାଇଲି ସଂପତ୍ତିର ମୂଲ୍ୟ ସରକାର ନ ଦେଇ ରାସ୍ତା ନେବା ପାଇଁ ଉଦ୍ୟମ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଧୁଷୂରି ଥାନା ଅଧିନସ୍ଥ ହସନାବାଦ ଗ୍ରାମର ଜଣେ ଗରିବ ବେକାରୀ ଶ୍ରୀନିବାସ ଦାସ, ପିତା ୰ବ୍ରୁନ୍ଦାବନ ଦାସ ନାମକ ବ୍ଯକ୍ତି ର ପୈତ୍ରୃକ ସମ୍ପତ୍ତି ଉପରେ ରାସ୍ତା ନିର୍ମାଣ ପାଇଁ ଉଦ୍ୟମ ଚଳାଇଛନ୍ତି, ସମ୍ପତ୍ତି ର ମୁଲ୍ୟ ନଦେଇ ଯୋର ଯୁଲମ ଧମକ ଚମକ ଦେଖାଇ ସ୍ଥାଇ ରାସ୍ତା ନେବାପାଇଁ ମସୁଧା ଚଳାଇଛନ୍ତି। ପ୍ରତିବାଦ କରିବାରୁ ଗୁଣ୍ଡା ଲଗାଇ ଧମକ ଦିଆଯାଉଛି ବୋଲି ଶ୍ରୀନିବାସ ଦାସଙ୍କ ଠାରୁ ଖବର ନେବାରୁ ଜଣାଯାଇଛି। ଶ୍ରୀନିବାସ ଦାସ ଏ ବାବଦରେ ମାନ୍ୟବର ଜିଲ୍ଲାପାଳ ‘ଭଦ୍ରକ’ ତହସିଲଦାର ଧାମନଗର ଏବଂ ଲ୍ଯାଣ୍ଡ ଏକୁଜିସନ ଭଦ୍ରକ’, ପୁର୍ତ୍ତବିଭାଗ ‘ଭଦ୍ରକଙ୍କ’ ଠାରେ ଲିଖିତ ଅଭିଯୋଗ କରିବା ସହିତ ଦ୍ରୁଷ୍ଟି ଆକର୍ଷଣ କରିଥିଲେ, ଶ୍ରୀନିବାସ ଦାସ ନିଜର ହକ ପାଇଁ ଆଇନ ର ଆଶ୍ରୟ ନେଇଥିବା ଜଣାଯାଇଛି । CIVIL SUIT NO- 48/20 I.A NO 585/20 CIVIL JUDGE SR. DIVISION କୋର୍ଟରେ କେସ ବିଚାରଧିନ ଅଛି। ଶ୍ରୀନିବାସ ଦାସ ହସନାବାଦ ବସ୍ତିରେ ଗୋଟିଏ ଗୋପାଳ ଜାତିର ପରିବାର ଅଟନ୍ତି ତାଙ୍କୁ ଏକୁଟିଆ ଭାବି ଅନ୍ୟମାନେ ଭୟବିତ କରାଉଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ