ସ୍ନାତକ ମହା ବିଦ୍ୟାଳୟ ପରିସରରେ ଇତିହାସ ବିଭାଗର ପାଠଚକ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ର ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି।ମହା ବିଦ୍ୟାଳୟର ଅଧ୍ୟକ୍ଷ। ଡକ୍ଟର ରୀନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଶିକ୍ଷା ର ମହତ୍ତ୍ୱ ତଥା ପାଠଚକ୍ର ର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ଦେଇ ଥିଲେ। ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପିକା ସୁଜାତା ଗୋମାଙ୍ଗ ମୁଖ୍ୟ ବକ୍ତା ଭାବେ ଯୋଗ ଆଲୋଚ୍ୟ ବିଷୟ ଵସ୍ତୁ ନେପୋଲିୟଙ୍କର ଶାସନ ସଂସ୍କାର ଫରାସୀ ବିପ୍ଳବର ପ୍ରଭାବ ସଂପର୍କରେ ନିଜର ଅଭିମତ ରଖିଥିଲେ। ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ସୁଭଦ୍ରା ଶବର ଏବଂ ଜୟନ୍ତୀ ବଡ଼ ମୁଣ୍ଡି ସନ୍ଦର୍ଭ ପାଠ କରିଥିଲେ। ପ୍ରସ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।ମହିଳା ସ୍ନାତକ ମହା ବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡକ୍ଟର ଭାରତୀ ପାଣିଗ୍ରାହୀ ମାର୍ଗଦର୍ଶିକା ଭାବେ ଛାତ୍ରୀମାନଙ୍କୁ ନିଜ ବିବରଣୀ ପ୍ରସ୍ତୁତ କରିବାରେ ସହଯୋଗ କରିବା ସହ ତାଙ୍କ ତତ୍ୱାବଧାନରେ ବିଭାଗୀୟ ସମସ୍ତ ଛାତ୍ରୀ ଏଥିରେ ଯୋଗ ଦେଇ ସଫଳ ରୂପାୟନ କରିଥିଲେ।ଶେଷରେ ଛାତ୍ରୀ ଲଳିତା ପଢିଆରୀ ଧନ୍ୟବାଦ ଅର୍ପଣ କରିଥିଲେ.


