ସ୍ନାନଯାତ୍ରାର ସିଧାପ୍ରସାରଣ କରିବ ଦୂରଦର୍ଶନ

ଭୁବନେଶ୍ୱର : ଏବର୍ଷ ବଡ଼ଦାଣ୍ଡରେ ଠିଆ ହୋଇ ଭକ୍ତମାନେ ସ୍ନାନଯାତ୍ରା ଦେଖିବାରୁ ବଂଚିତ ହେବେ । ଖାଲି ସେତିକିନୁହେଁ ଗଣମାଧ୍ୟମଗୁଡ଼ିକ ମଧ୍ୟ ବଡ଼ଦାଣ୍ଡରୁ ଏହାର ସିଧା ପ୍ରସାରଣ କରିପାରିବେ ନାହିଁ । ତେବେ ଖୁସିର କଥା, ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣ ଦାୟିତ୍ୱ ଦୂରଦର୍ଶନକୁ ଦିଆଯାଇଛି । ପୁରୀ ଜିଲ୍ଲା ପ୍ରଶାସନର ସୂଚନା ମୁତାବକ, ଦୂରଦର୍ଶନ ସ୍ନାନଯାତ୍ରାର ସିଧାପ୍ରସାରଣ କରି ଏହାର ସିଗ୍ନାଲ ଇଚ୍ଛୁକ ଗଣମାଧ୍ୟମ ସଂସ୍ଥାଙ୍କୁ ପ୍ରଦାନ କରିବେ । ସାଟେଲାଇଟ ଜରିଆରେ ଏହି ଲିଙ୍କ ଦୂରଦର୍ଶନ ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ପ୍ରଦାନ କରିବ । ଯାହାର ଲିଙ୍କ ହେଉଛି ଜିଏସଏଟି-୧୭ଏଚଡି୧୦୮୦ ଆଇ ଡିଭିଡି ଏସ୨ ଏମପିଇଜି୪ ବୋଲି ପ୍ରଶାସନ ସୂଚନା ଦେଇଛି । ସାଟେଲାଇଟ ଜରିଆରେ ଏହି ସେବା ପ୍ରଦାନ କରାଯିବ । କୌଣସି ପରିସ୍ଥିତିରେ ଓବି ଭ୍ୟାନକୁ ଶ୍ରୀମନ୍ଦିର ନିକଟକୁ ଛଡ଼ାଯିବନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ